pakka

ମାନବ ସେବା ପ୍ରତିଷ୍ଠାନରେ ଗୃହ ଉଦ୍‌ଘାଟନ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନାର ସିଏସ୍‌ଆର୍‌ ବିଭାଗ ଦ୍ୱାରା ନିର୍ମିତ ଜଗଦା ସ୍ଥିତ ମାନବ ସେବା ପ୍ରତିଷ୍ଠାନର ଅନ୍ତେବାସୀ ପିଲାମାନଙ୍କ ଖାଦ୍ୟ ଗ୍ରହଣ ଗୃହ ଉଦ୍‌ଘାଟିତ ହୋଇଯାଇଛି । ଇସ୍ପାତ କାରଖାନାର କାର୍ମିକ ବିଭାଗର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ତରୁଣ ମିଶ୍ର ଏହାର ଉଦ୍‌ଘାଟନ କରିଛନ୍ତି । ସହର ସେବା ବିଭାଗର ମୁଖ୍ୟ ପ୍ରବନ୍ଧକ ପ୍ରତାପ କୁମାର ସ୍ୱାଇଁ ଓ ସିଏସ୍‌ଆର୍‌ର ମୁଖ୍ୟ ମୁନ୍‌ମୁନ୍‌ ମିତ୍ର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ମାନବ ସେବା ପ୍ରତିଷ୍ଠାନ ପ୍ରଫେସର ଶଶୀକାନ୍ତ ଆଚାର୍ଯ୍ୟ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଅନୁଷ୍ଠାନର ପରିଚାଳିକା ହେମନ୍ତା ତାଣ୍ଡିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

2 × 5 =