csstore

ନବନିର୍ମିତ ଧରଣୀ ପୀଠକୁ ଉଦ୍‌ଘାଟନ କଲେ ରାଜ୍ୟସଭା ସାଂସଦ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କଁସିଲ ଗ୍ରାମରେ ନବନିର୍ମିତ ଧରଣୀ ପୀଠ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଁସିଲ ଗ୍ରାମ୍ୟ କନ୍ଧ ସମାଜ ସଭାପତି କୌତୁକ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ସମ୍ମାନୀୟ ଅତିଥି ଭାବେ ରାଜ୍ୟ ସଭା ସାଂସଦଙ୍କ ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ମନୋରଞ୍ଜନ ଭୋଇ, ଦେବେନ୍ଦ୍ର ମାଝୀ, ବସନ୍ତ ଭୋଇ, ଉପେନ୍ଦ୍ର ଭୋଇ, ସରପଞ୍ଚଙ୍କ ପ୍ରତିନିଧି ଉପାସୁ ବର୍ଗେ, କୋଷାଧ୍ୟକ୍ଷ ଅଚ୍ୟୁତ ଭୋଇ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଙ୍ଗୋମୁଣ୍ଡା ଶାଖା ସମ୍ପାଦକ ମହାଦେବ ଭୋଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଗାଁରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟାର ସମାଧାନ କରାଯିବ ବୋଲି ଅତିଥି ପ୍ରତିଶ୍ରୁତି ଦେଇଛନ୍ତି । ଏଥିରେ ମୁକେଶ ଭୋଇ, ପବିତ୍ର ଯାନୀ, ପୁରୁଷୋତ୍ତମ ଭୋଇ, ପୁରନ୍ଦର ଭୋଇ, ଯୁଗେଶ୍ୱର ଭୋଇ, ରମେଶ ଭୋଇ, ହେମବନ୍ତ ଭୋଇ, ମଦନ ଭୋଇ, ଯୁବରାଜ ପୁଟେଲ, ହୃଦା ପୁଟେଲ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସେହିପରି ଅର୍ଶାତୁଲା, ଠେମରା, ରାଣୀପୁର ଗ୍ରାମଠାରେ ରାଜ୍ୟସଭା ସାଂସଦଙ୍କ ନିଜସ୍ଵ ପାଣ୍ଠିରୁ ନବ ନିର୍ମିତ କନ୍ଧ ସମାଜର ଧରଣୀ ପୀଠକୁ ଉଦ୍‌ଘାଟନ କରିଛନ୍ତି । ଏଥିରେ ଗ୍ରାମବାସୀ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.