ଉଦ୍ଧାର ହେଲେ ବଙ୍ଗାଳି ବୃଦ୍ଧ : ସମାଜସେବୀଙ୍କ ସହଯୋଗରେ ଗଲେ ନିଜ ଜନ୍ମମାଟି

ଭବାନୀପାଟଣା : ୱେଷ୍ଟବେଙ୍ଗଲ ହାୱଡା ଜିଲ୍ଲାରର ତପନ ବୁଢ଼େକ ନାମକ ଜଣେ ବୃଦ୍ଧ ଭୁଲ ବଶତଃ ଏକ ଅଜଣା ଟ୍ରେନ୍‌ରେ ଚଢି ଭବାନୀପାଟଣା ପହଂଚିଥିଲେ । ସେ ଦୀର୍ଘଦିନ ହେଲା ଭବାନୀପାଟଣାର ଏପଟେ ସେପଟେ ଘୁରି ବୁଲୁଥିଲେ । ତାଙ୍କର ଭାଷା କେହି ବୁଝି ପାରୁନଥିଲେ । ଯେଉଁଠି ଯାହା ମିଳିଲା ସେଇଟା ଖାଇ ଯେଉଁଠି ସେଠି ଶୋଇପଡୁଥିଲେ । ଗତକାଲି ସକାଳ ସମୟରେ ଜିଲ୍ଲା ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗ ଅଫିସକୁ ଯାଇ ବସିଥିଲେ । ଏହା ଦେଖି ଅଫିସର ରମେଶ ଜେନା, ଅରୁଣ ମହାପାତ୍ର ଖୁସି ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତା ଯଶୋବନ୍ତ ରଣାଙ୍କୁ ସୂଚନା ଦେଇଥିଲ । ପରେ ତପନ ବୁଢ଼େକଙ୍କୁ ପଚାରିବାରୁ ସେ ୱେଷ୍ଟବେଙ୍ଗଲର ହାୱଡା ଜିଲ୍ଲାର ବୋଲି ଜଣାଇଥିଲେ । ସେ ଭୁଲରେ ଏଠାକୁ ଆସିଥିବା କହିଥିଲେ । ତାଙ୍କୁ ଟ୍ରେନ୍‌ରେ ଛାଡିଦେଲେ ସେ ଯିବେ ବୋଲି ଅନୁରୋଧ କରିଥିବାରୁ ଜିଲ୍ଲା ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗର ସହଯୋଗରେ ଟ୍ରଷ୍ଟର କର୍ମକର୍ତ୍ତା ଯଶୋବନ୍ତ ରଣା, ମହେନ୍ଦ୍ର ନାଏକ, ପ୍ରତାପ ସାହୁ, ସାଗର ସାହୁ ତାଙ୍କୁ ଗାଡ଼ିରେ ନେଇ କେସିଙ୍ଗା ରେଲୱେ ଷ୍ଟେସନରେ ହାୱଡା ପାଇଁ ଟିକେଟ କାଟି ଟ୍ରେନ୍‌ରେ ବସାଇଥିଲେ । ସେ ଯିବା ସମୟରେ ମଧ୍ୟ ବହୁତ ଖୁସି ହୋଇଥିଲେ ।

Leave A Reply

Your email address will not be published.

4 × 3 =