୭ଫୁଟ୍‌ ଲମ୍ବର ଢମଣା ସାପ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଲପଡାର ପରିକ୍ଷୀତ ମେହେରଙ୍କ ଘର ଭିତରୁ ଉଦ୍ଧାର ହେଲା ଏକ ୭ଫୁଟ୍‌ ଲମ୍ବର ଢମଣା ସାପ । ଏହି ସାପଟି ନିକଟସ୍ଥ ବୁଦାମୂଳରୁ ପରିକ୍ଷୀତଙ୍କ ଘର ଭିତରକୁ ଚାଲିଆସିଥିଲା । ପରିବାରର ଜଣେ ସଦସ୍ୟ ସାପଟିକୁ ଦେଖିବାକୁ ପାଇଥିଲେ । ଏତେ ବଡ ସାପଟି ଦେଖି ପରିବାର ଲୋକେ ଭୟଭୀତ ହୋଇ ବଲାଙ୍ଗିର ସ୍ନେକ୍‌ ରେସ୍କ୍ୟୁ ଟିମ୍‌କୁ ଯୋଗାଯୋଗ କରିଥିଲେ । ଘଟଣା ସ୍ଥଳକୁ ସ୍ନେକ୍‌ ରେସ୍କ୍ୟୁ ଟିମ୍‌ର ସଭାପତି ପହଞ୍ଚି ସାପଟିକୁ କୋଶଳ କ୍ରମେ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ । ବନ ବିଭାଗର ନିର୍ଦ୍ଦେଶ କ୍ରମେ ସାପଟିକୁ ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିବା ସ୍ନେକ୍‌ ରେସ୍କ୍ୟୁ ଟିମ୍‌ର ସଭାପତି ସୂଚନା ଦେଇଥିଲେ ।

Leave A Reply

Your email address will not be published.

15 − thirteen =

error: Content is protected !!