om academy

ମରଣଯନ୍ତା ପାଲଟିଛି ପାଇକମାଲ ମୁଖ୍ୟଛକ ରାସ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସହରର ବିଜୁ ଏକ୍ସପ୍ରେସ ୱେ ରାସ୍ତାରୁ ଝାରବନ୍ଧ ପଟକୁ ସଂଯୋଗ କରିଥିବା ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି । ସୂଚନା ଅନୁସାରେ ପାଇକମାଲ ମୁଖ୍ୟଛକ ଝାରବନ୍ଧ ପଟକୁ ଯାଉଥିବା ରାସ୍ତାରେ ଖାଲ ସୃଷ୍ଟି ହୋଇ ବର୍ଷା ପାଣି ଜମି ରହିଛି । ଝାରବନ୍ଧ ଉପାନ୍ତ ଅଞ୍ଚଳ ଛତିଶଗଡ ଅଞ୍ଚଳରୁ ଯାତ୍ରୀମାନେ ନୃସିଂହନାଥ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥାନ୍ତି ଏଇ ରାସ୍ତା ଦେଇ । ଛକ ଜଗା ହୋଇଥିବାରୁ ଏଠାରେ ପ୍ରବଳ ଭିଡ ହେବାର ପରିଲକ୍ଷିତ ହୋଇଥାଏ । ଅନେକ ଛୋଟ ବଡ ଯାନବାହାନ ଯାତାୟାତ ହୋଇଥାଏ । ଏଠାରେ ଛୋଟ ବଡ ଦୁର୍ଘଟଣା ହେବାର ଆଶଙ୍କା କରାଯାଏ । ବର୍ତ୍ତମାନ ପାର୍ବଣ ଋତୁରେ ଲୋକଙ୍କର ଭିଡ ହେବାର ସମ୍ଭାବନା ରହିଛି । ତେଣୁ କରି ପୂର୍ତ୍ତ ବିଭାଗ ତଥା ପ୍ରଶାସନ ଏହି ରାସ୍ତାକୁ ମରାମତି ଦୃଷ୍ଟି ଦେଇ ଶୀଘ୍ର ମରାମତି କରିବା ପାଇଁ ଜନ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

5 + 18 =