pakka

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

kalikesh

ରେଙ୍ଗାଲି : ରେଙ୍ଗାଲି ନିକଟସ୍ଥ ପଣ୍ଡଲୋଇ ଗ୍ରାମ ପାର୍ଶ୍ଵ ଦେଇ ପ୍ରବାହିତ ହେଉଥିବା ମତୁଆଳି ନାଳାରୁ ଆଜି ଜନୈକ ଅଜଣା ଯୁବକଙ୍କ ମୃତଦେହ ରେଙ୍ଗାଲି ପୁଲିସ ଉଦ୍ଧାର କରିଛି । ରେଙ୍ଗାସଲି ଥାନା ଆଇଆଇସି ଧବଳେଶ୍ୱର ସାହୁଙ୍କଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ, ପଣ୍ଡଲୋଇ ନିକଟସ୍ଥ ମତୁଆଳି ନାଳାରେ ଏକ ଶବ ଭାସୁଥିବା ସଂକ୍ରାନ୍ତରେ ଗତ କାଲି ବୁଧବାର ସନ୍ଧ୍ୟାରେ ସୂଚନା ମିଳିଥିଲା । ବୁଧବାର ସନ୍ଧ୍ୟାରେ ପୁଲିସ ରେଙ୍ଗାଲି ଦମକଳ ବାହିନୀ ସହିତ ନାଳାରୁ ଶବ ଉଦ୍ଧାର ପାଇଁ ଅନେକ ଚେଷ୍ଟା ସତ୍ୱେ ଶବ ଉଦ୍ଧାର ହୋଇ ପାରି ନଥିଲା । ପୁଣି ଆଜି ସକାଳୁ ବହୁତ ଖୋଜାଖୋଜି ପରେ ନାଳାରୁ ଅର୍ଦ୍ଧ ଗଳିତ ଶବ ଉଦ୍ଧାର କରାଯାଇଥିଲା । ମୃତକଙ୍କ ବୟସ ୩୫ରୁ ୪୦ ବର୍ଷ ହେବ ବୋଲି ପୁଲିସ ଅନୁମାନ କରୁଛି । କଳା ରଙ୍ଗର ହାଫ୍‍ ପେଣ୍ଟ୍‍ ଏବଂ ନୀଳ ରଙ୍ଗର ଚେକ୍‍ ଟି-ସାର୍ଟ ପିନ୍ଧି ଥିବା ଯୁବକଙ୍କ କୌଣସି ପରିଚୟ ଜଣା ପଡ଼ିନାହିଁ । ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ଆଇଆଇସି ଧବଳେଶ୍ୱର ସାହୁ ସୂଚନା ଦେଇଛନ୍ତି ।

pp
Leave A Reply

Your email address will not be published.

6 + 18 =