pakka

ଟୋକିଓରେ ଦ୍ଵିପାକ୍ଷିକ ଆଲୋଚନା ସହ ପ୍ରତିରକ୍ଷା ସହଯୋଗ ଏବଂ କ୍ଷେତ୍ରୀୟ ସୁରକ୍ଷା ସ୍ଥିତିର ସମୀକ୍ଷା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥସିଂ ଏବଂ ଜାପାନ ପ୍ରତିପକ୍ଷ

  • ସ୍ଵତନ୍ତ୍ର, ଉନ୍ମୁକ୍ତ ଓ ନିୟମ ଆଧାରିତ ଭାରତ – ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ସୁନିଶ୍ଚିତ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ସ୍ଵୀକାର କଲେ ଉଭୟ ପକ୍ଷ
  • ପ୍ରତିରକ୍ଷା ଉପକରଣ ଏବଂ ପ୍ରଯୁକ୍ତି ସହଯୋଗର ସୀମାକୁ ବିସ୍ତାର କରିବାର ଆବଶ୍ୟକତା ରହିଛି : ରାଜନାଥସିଂ

ନୂଆଦିଲ୍ଲୀ, (ପିଆଇବି) : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥସିଂ ୦୮ ସେପ୍ଟେମ୍ବର ୨୦୨୨ରେ ଟୋକିଓରେ ଜାପାନର ରକ୍ଷା ମନ୍ତ୍ରୀ ୟାସୁକାଜୁ ହମଦାଙ୍କ ସହିତ ଦ୍ଵିପାକ୍ଷିକ ଆଲୋଚନା କରିଛନ୍ତି । ଏହି ଅବସରରେ ଦ୍ଵିପାକ୍ଷିକ ସହଯୋଗ ସହିତ କ୍ଷେତ୍ରୀୟ ବିଷୟର ବିଭିନ୍ନ ଦିଗ ଉପରେ ସମୀକ୍ଷା କରାଯାଇଛି । ଭାରତ-ଜାପାନ ପ୍ରତିରକ୍ଷା ସହଭାଗୀତାର ଗୁରୁତ୍ଵ ତଥା ସ୍ଵତନ୍ତ୍ର, ଉନ୍ମୁକ୍ତ ଓ ନିୟମ ଆଧାରିତ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ସୁନିଶ୍ଚିତ କରିବାରେ ମହତ୍ତ୍ବପୂର୍ଣ୍ଣ ଭୂମିକାକୁ ଉଭୟ ଗ୍ରହଣ କରିଛନ୍ତି । ପ୍ରତିନିଧି ମଣ୍ଡଳର ସ୍ତରର ବାର୍ତ୍ତା ସମୟରେ, ରାଜନାଥସିଂ ଏହି ବିଷୟ ଉପରେ ଆଲୋକପାତ କରିଛନ୍ତି ଯେ, ଭାରତ-ଜାପାନ ଦ୍ଵିପାକ୍ଷିକ ରକ୍ଷା ଅଭ୍ୟାସ ଉଭୟ ଦେଶ ମଧ୍ୟରେ ରକ୍ଷା ସହଯୋଗକୁ ଆହୁରି ଦୃଢ଼ କରିବାର ପ୍ରମାଣ ଅଟେ । ଉଭୟ ମନ୍ତ୍ରୀ ‘ଧର୍ମଗାର୍ଡିଆନ୍’, ‘ଜିମେକ୍ସ’ ଓ ‘ମାଲବାର’ ସହିତ ଦ୍ୱିପାକ୍ଷୀୟ ଏବଂ ବହୁ ପକ୍ଷୀୟ ଅଭ୍ୟାସକୁ ଜାରି ରଖିବା ପାଇଁ ନିଜର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି । ସେ ଚଳିତ ବର୍ଷ ମାର୍ଚ୍ଚରେ ଅଭ୍ୟାସ ‘ମିଳନ’ ସମୟରେ ଯୋଗାଣ ଓ ସେବା ରାଜିନାମାର ପାରସ୍ପରିକ ବ୍ୟବସ୍ଥା ସଞ୍ଚାଳନର ସ୍ୱାଗତ କରିଛନ୍ତି । ଉଭୟ ମନ୍ତ୍ରୀ ଏହି ବିଷୟରେ ସହମତି ପ୍ରକାଶ କରିଛନ୍ତି ଯେ ଉଦ୍‌ଘାଟନୀ ଫାଇଟର ଏକ୍ସରସାଇଜ୍‌ର ଶୀଘ୍ର ଆୟୋଜନ ଉଭୟ ଦେଶର ବାୟୁସେନାଙ୍କ ମଧ୍ୟରେ ଅଧିକ ସହଯୋଗ ଏବଂ ପାରସ୍ପରିକ ପରିଚାଳନାର ମାର୍ଗକୁ ପ୍ରଶସ୍ତ କରିବ । ରକ୍ଷା ମନ୍ତ୍ରୀ ରକ୍ଷା ଉପକରଣ ଏବଂ ପ୍ରଯୁକ୍ତି ସହଯୋଗ କ୍ଷେତ୍ରରେ ସହଯୋଗର ପରିସରକୁ ବିସ୍ତାର କରିବାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି । ସେ ଜାପାନୀ ଉଦ୍ୟୋଗକୁ ଭାରତର ରକ୍ଷା କ୍ଷେତ୍ରରେ ନିବେଶ କରିବା ପାଇଁ ଆମନ୍ତ୍ରିତ କରିଛନ୍ତି ଯେଉଁଠାରେ ଭାରତ ସରକାରଙ୍କ ଦ୍ୱାରା ରକ୍ଷା ଉଦ୍ୟୋଗର ବିକାଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରାଯାଇଛି । ଚଳିତ ବର୍ଷ ଭାରତ ଓ ଜାପାନ ମଧ୍ୟରେ ରାଜନୈତିକ ସମ୍ବନ୍ଧର ୭୦ ବର୍ଷ ପୂରଣ ହେଉଛି । ଦୁଇଟି ମଜବୁତ୍‌ ଗଣତାନ୍ତ୍ରିକ ଦେଶ ଭାବରେ ଉଭୟ ଦେଶ ଏକ ବିଶେଷ କୌଶଳଗତ ଏବଂ ବିଶ୍ଵ ସହଭାଗୀତା ପାଇଁ ପ୍ରଚେଷ୍ଟାରତ ରହିଛନ୍ତି । ୦୭ ସେପ୍ଟେମ୍ବର ୨୦୨୨ର ରାତିରେ ଟୋକିଓ ପହଞ୍ଚିବା ପରେ, ଶ୍ରୀ ରାଜନାଥସିଂ ଜାପାନର ଆତ୍ମରକ୍ଷାବଳର କର୍ମଚାରୀ, ଯେଉଁମାନେ ଡ୍ୟୁଟି ସମୟରେ ନିଜର ପ୍ରାଣର ଆହୁତି ପ୍ରଦାନ କରିଛନ୍ତି, ତାଙ୍କୁ ସମର୍ପିତ ଏକ ସ୍ମାରକରେ ମାଲ୍ୟାର୍ପଣ କରି ଦିନକୁ ଆରମ୍ଭ କରିଛନ୍ତି । ଏହି ସ୍ମାରକ ରକ୍ଷା ମନ୍ତ୍ରଣାଳୟ ଜାପାନରେ ରହିଛି । ଜାପାନୀ ରକ୍ଷାମନ୍ତ୍ରୀଙ୍କ ସହିତ ଦ୍ବିପାକ୍ଷୀୟ ବୈଠକ ପୂର୍ବରୁ ତାଙ୍କୁ ଔପଚାରିକ ଗାର୍ଡ଼ ଅଫ୍‌ ଅନର ପ୍ରଦାନ କରାଯାଇଛି । ରକ୍ଷାମନ୍ତ୍ରୀ, ବିଦେଶମନ୍ତ୍ରୀଡା. ଏସ. ଜୟଶଙ୍କରଙ୍କ ସହିତ ଆଜି ଦ୍ଵିତୀୟ ଭାରତ-ଜାପାନ ୨+୨ ମନ୍ତ୍ରୀସ୍ତରୀୟ ବାର୍ତ୍ତାରେ ଭାଗ ନେବେ । ଜାପାନୀ ପକ୍ଷର ପ୍ରତିନିଧିତ୍ଵ ରକ୍ଷା ମନ୍ତ୍ର ୟାସୁକାଜୁ ହମାଦା ଏବଂ ବିଦେଶ ବ୍ୟାପାର ମନ୍ତ୍ରୀ ୟୋସିମାସା ହୟାସି କରିବେ । ୨+୨ ବାର୍ତ୍ତା ସମସ୍ତ କ୍ଷେତ୍ରରେ ଦ୍ଵିପାକ୍ଷିକ ସହଯୋଗର ସମୀକ୍ଷା କରିବ ଏବଂ ଭବିଷ୍ୟତର ମାର୍ଗ ନିର୍ଦ୍ଧାରିତ କରିବ ।

Leave A Reply

Your email address will not be published.

3 + nineteen =