ବାଲ୍ୟ ବିବାହ ରୋକିବା ପାଇଁ ସଚେତନତା ରଥକୁ ସ୍ୱାଗତ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇଠାରେ ବାଲ୍ୟ ବିବାହ ରୋକିବା ପାଇଁ ସଚେତନତା ରଥକୁ ସ୍ୱାଗତ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବାହାରିଥିବା ବାଲ୍ୟ ବିବାହ ରୋକିବା ପାଇଁ ସଚେତନତା ରଥ କାଶୀପୁର ବ୍ଲକରେ ସଚେତନତା କରି ଆସିବା ପରେ ଆଜି ବ୍ଲକ ପ୍ରଶାସନ ପକ୍ଷରୁ ସ୍ୱାଗତ କରି ବ୍ଲକ କାର୍ଯ୍ୟାଳୟକୁ ଆଣିଛନ୍ତି । ଆସନ୍ତା କାଲି କଲ୍ୟାଣସିଂହପୁର ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ପରିକ୍ରମା କରି ଲୋକଙ୍କୁ ସଚେତନତା କରାଯିବ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ରଥକୁ ସ୍ୱାଗତ କରିବା ବେଳେ ତହସିଲଦାର ସୁଧାକର ରଇତ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବଳରାମ ପାତ୍ର, ଜିପିଓ ମାନସ ରଞ୍ଜନ ପ୍ରଧାନ, ବ୍ଲକ ଶିକ୍ଷା ଅଧିକାରୀ ଚନ୍ଦନ ଦାସ ବାଙ୍ଗାରି, ଜୁନିୟର କିରାଣୀ ଦୟାନିଧି ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

6 + 10 =