pakka

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ୨ କନିଷ୍ଠ କିରାଣି

ବ୍ରହ୍ମପୁର : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ୨ କନିଷ୍ଠ କିରାଣି । ସେମାନେ ହେଲେ ସୁଶୀଲ ପଟ୍ଟନାୟକ ଏବଂ ପ୍ରଦୀପ ମହାନ୍ତି । ଏରିଅର ପାଇଁ ଅବସରପ୍ରାପ୍ତ ପିଅନଙ୍କଠାରୁ ସେମାନେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ(ଡ଼ିଇଓ)ଙ୍କ ବ୍ରହ୍ମପୁର କାର୍ଯ୍ୟାଳୟରେ ଚଢାଉ କରି ଉଭୟଙ୍କୁ ଭିଜିଲାନ୍ସ ଧରିଥିବା ଜଣାପଡିଛି । ତେବେ ଭିଜିଲାନ୍ସ ଟିମ୍‌ ସୁଶୀଲଙ୍କଠାରୁ ୭ ହଜାର ଟଙ୍କା ଓ ପ୍ରଦୀପଙ୍କଠାରୁ ୩ ହଜାର ଟଙ୍କା ଜବତ କରିଥିବା ନେଇ ଏସ୍‌ପି ଗଣେଶ ପ୍ରଧାନ ସୂଚନା ଦେଇଛନ୍ତି । ଉଭୟ ଅଭିଯୁକ୍ତଙ୍କୁ ମାମଲା ନମ୍ବର୧୭/୨୨ରେ ଗିରଫ କରାଯାଇଛି । ଭିଜିଲାନ୍ସର ଅନ୍ୟ ଟିମ୍‌ମାନେ ଉକ୍ତ ଅଭିଯୁକ୍ତଙ୍କ ବାସ ଭବନ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ପାଇଛି ।

Leave A Reply

Your email address will not be published.

two × 4 =