pakka

ତେନ୍ତୁଳି ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

bbehera

ପାପଡାହାଣ୍ଡି : ପାପଡାହାଣ୍ଡି ଥାନା ଅନ୍ତର୍ଗତ ସୋରିଷପଦର ଜମି ଭିତରେ ଥିବା ଏକ ତେନ୍ତୁଳି ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଉଦ୍ଧାର କରିଥିବା ଜଣାପଡିଛି । ତାଙ୍କ ନାମ କମଳସିଂ ଅମନାତ୍ୟ ବୋଲି ଜଣାପଡିଛି । ସୂଚନା ଅନୁସାରେ ଶନିବାର ରାତିରେ କମଳ ଖାଇ ସାରିବା ପରେ ବାହାରକୁ ପରିସ୍ରା କରିବାକୁ ଯାଇ ଆଉ ଫେରିନଥିଲେ । ରବିବାର ସକାଳୁ ତାଙ୍କ ମୃତଦେହ ତେନ୍ତୁଳି ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି । ଖବର ପାଇ ପାପଡାହାଣ୍ଡି ପୋଲିସ ଏସଆଇ ଶିବଜୀ ପଣ୍ଡା, ଏଏସଆଇ ହରିହର ଭତରା, ଏଏସଆଇ ଲାବନ୍ୟ ବେମାଲ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ହତ୍ୟା ନା ଆହତ୍ମତ୍ୟା ମାମଲାର ଛାନ୍‌ଭିନ୍ କରୁଛି ପୋଲିସ ।

jay balangir
Leave A Reply

Your email address will not be published.

two × five =