jsm

ହାଇଦ୍ରାବାଦକୁ କାମ କରିବାକୁ ଯାଇ ଚାରି ଯୁବକ ଅଟକ ଘଟଣା : ଖବର ପ୍ରକାଶ ପରେ ଉଦ୍ଧାର ହେଲେ ଚାରି ଯୁବକ

csstore

କଳାହାଣ୍ଡି : (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରାଜପୁର ଗ୍ରାମପଂଚାୟତ ସିଆଲପଲା ଗାଁର ଦିଲିପ ରଣା, ନିବାସ ରଣା, ଶିବ ରଣା, ତନୁ ରଣା ନାମକ ୪ ଜଣ ଯୁବକ ହାଇଦ୍ରାବାଦ ସହରକୁ କାମ କରିବାକୁ ଯାଇ ଅଟକ ରହିଥିବା ଘଟଣା ଶନିବାର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଯୁବକ ମାନଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ଏହି ଗାଁର ଯୋଗେନ୍ଦ୍ର ରଣା, ବିବେକ ରଣା, ବିକ୍ରମ ରଣା, ଜକସେନ ରଣା, ବିଭୂତି ରଣା, ରୁଦ୍ର ରଣା, ଦିଲୀପ ରଣା, ନିବାସ ରଣା, ଶିବ ରଣା, ତନୁ ରଣା, ଅମିତ ରଣା ନାମକ ୧୧ ଜଣ ଯୁବକ କାମ କରିବା ପାଇଁ ଅପ୍ରେଲ ୨୬ରେ ହାଇଦ୍ରାବାଦକୁ ଯାଇଥିଲେ । ସେଠାରେ କଠିନ କାମ ଓ ମାଲିକର ନିର୍ୟାତନା ସହି ନ ପାରି ୭ ଜଣ ଯୁବକ ଲୁଚି ଘରକୁ ଫେରିଥିଲେ ଓ ଦିଲିପ ରଣା, ନିବାସ ରଣା, ଶିବ ରଣା, ତନୁ ରଣା ୪ ଜଣ ଯୁବକ ସେଠାରେ ଅଟକି ରହିଥିଲେ । ସେମାନଙ୍କ ପରିବାର ପକ୍ଷରୁ ଯୁବକ ମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ସରକାରଙ୍କ ଠାରେ ଗୁହାରି କରିବା ସହ ଶୁକ୍ରବାର ପରିବାର ପକ୍ଷରୁ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀଙ୍କ ନେତୃତ୍ୱରେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ସାକ୍ଷାତ କରି ଉଦ୍ଧାର କରିବା ପାଇଁ ଅନୁରୋଧ କରିଥିଲେ । ଏହାପରେ ଶ୍ରମ ବିଭାଗ ପକ୍ଷରୁ ହସ୍ତକ୍ଷେପ ପରେ ସେମାନଙ୍କୁ ଉଦ୍ଧାର କରାଯାଇଛି ଓ ସେମାନେ ଟ୍ରେନ ଯୋଗେ ଫେରୁଥିବା ଜଣାଯାଇଛି । ସେମାନେ ସୋମବାର ସକାଳେ ନିଜ ଗାଁରେ ପହଂଚିବେ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଚୌଧୁରୀଙ୍କ ପ୍ରଚେଷ୍ଟା ଓ ଶ୍ରମ ବିଭାଗର ତତ୍କାଳ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି ।

yuvodaya
Leave A Reply

Your email address will not be published.