pakka

ବରଗଡ଼ ଏସିସି କାରଖାନା ପରିସରରୁ ଟ୍ରକ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଏସିସି ସିମେଣ୍ଟ କାରଖାନାରେ ଏକ ଟ୍ରକ ଡ୍ରାଇଭରଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ ଆଜି ଏସିସି ସିମେଣ୍ଟ କାରଖାନା ପରିସରରୁ ଜଣେ ମୃତ ବ୍ୟକ୍ତିଙ୍କ ଶବ ମିଳିଥିଲା । ମୃତ ବ୍ୟକ୍ତି ଚନ୍ଦ୍ରମଣି ପଧାନ(୪୫), ବାପା ଲକ୍ଷ୍ମଣ ପଧାନ । ସେ ନୟାଗଡ଼ ଜିଲ୍ଲା ମାଲସିଆ ଗ୍ରାମର ବାସିନ୍ଦା ହୋଇଥିବା ସୂଚନା ମିଳିଛି । ସେ ଏକ ଟ୍ରକ ଡ୍ରାଇଭର ଭାବରେ କାମ କରୁଥିଲେ । ଗତକାଲି ସନ୍ଧ୍ୟା ସମୟରେ ସିମେଣ୍ଟ ଲୋଡ଼ କରିବା ପାଇଁ ସୁଜାତା ଟ୍ରାନ୍ସପୋର୍ଟର ଓଡ଼ି୦୭କ୍ୟୁ୬୯୨୧ ନମ୍ବର ବିଶିଷ୍ଟ ଏକ ଟ୍ରକ ନେଇ ଏସିସି ସିମେଣ୍ଟ କାରଖାନାକୁ ଆସିଥିଲେ । ହେଲେ ତାଙ୍କ ନିଜ ଟ୍ରକରେ ଦଉଡି ଭିଡୁଥିବା ବେଳେ ଦଉଡିଟି ଛିଣ୍ଡି ଯିବାରୁ ଟ୍ରକ ଉପରୁ ସେ ତଳେ ପଡି ଯାଇଥିବା କୁହାଯାଇଛି । ଘଟଣା ସ୍ଥଳରୁ ସଙ୍ଗେ ସଙ୍ଗେ ତାଙ୍କୁ ତାଙ୍କର ସାଥୀ ଡ୍ରାଇଭର କାର୍ତ୍ତିକ ତ୍ରିପାଠୀ ଓ ଏସିସି ଅମ୍ବୁଲାନ୍ସ ସାହାଯ୍ୟରେ ଜିଲ୍ଲା ମୁଖ୍ୟ ଚିକତ୍ସାଲୟକୁ ନେଇ ଯାଇଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘଷଣା କରିଥିଲେ । ବରଗଡ଼ ଟାଉନ ଥାନା କେସ ନମ୍ୱର ୩୮/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଘଟଣାଟିର ଅନୁସନ୍ଧାନ ଜାରି ରହିଥିବା ବିଷୟରେ ବରଗଡ଼ ଟାଉନ ଥାନା ତରଫରୁ ସୂଚନା ମିଳିଛି ଏବଂ ଆଜି ବୁଧବାର ସକାଳେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

Leave A Reply

Your email address will not be published.

11 + three =