pakka

ଶାଳ କାଠ ସହ ପିକଅପ୍ ଭ୍ୟାନ ଜବତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ରେଞ୍ଜ ଅନ୍ତର୍ଗତ ଚନ୍ଦନପିଣ୍ଡା ଗାଁ ନିକଟରେ ଗତକାଲି ବିଳମ୍ବିତ ରାତିରେ ମ.ରାମପୁର ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ କରୁଥିବା ସମୟରେ ସନ୍ଦେହରେ କାଠ ଚୋରା ଚାଲାଣ ହେଉଥିବା ଏକ ପିକ ଅପ୍ ଭ୍ୟାନ ଗାଡ଼ି ନଂ.ଓଆର୦୮-ଏଫ-୫୪୮୬କୁ ଚଢାଉ କରାଯାଇଥିଲା । ପରେ ଗାଡ଼ିରୁ ୩୦ଖଣ୍ଡ ଶାଳ କାଠ ସହ ପିକ୍‌ ଅପ୍ ଭ୍ୟାନ ଜବତ କରିଥିଲା ବନ ବିଭାଗ । ତା’ ସହିତ ଗାଡ଼ି ଚାଳକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଗାଡ଼ି ଚାଳକ ଜଣକ ହେଲେ କେସିଙ୍ଗା ବ୍ଳକର ଉତ୍କେଲା ଗ୍ରାମର କୁଞ୍ଜ ନାଗ ବୋଲି ଜଣାପଡିଛି । ଏହି ଚଢାଉରେ ରେଞ୍ଜର ଅସିତ କୁମାର ଦାସ, ଫରେଷ୍ଟର ରମେଶ ଚନ୍ଦ୍ର ବାଗ, ଦୀପକ ସା’, ବାଳକୃଷ୍ଣ ଜାଲ ସାମିଲ ଥିଲେ ।

Leave A Reply

Your email address will not be published.

5 × 1 =