ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅସୁସ୍ଥ : ଦିଲ୍ଲୀ ଏମ୍‌ସ୍‌ରେ ଭର୍ତ୍ତି

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କୁ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ (ଏଆଇଏମଏସ)ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିବା କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି। ଏକ ସୂତ୍ରରୁ ପ୍ରକାଶ, “ସେ ଦୁଇ ଦିନ ପୂର୍ବରୁ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ ଏବଂ ଡାକ୍ତରଙ୍କ ପରାମର୍ଶରେ ତାଙ୍କୁ ଆଜି ଭର୍ତ୍ତି କରାଯାଇଛି । ତାଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଛି । ଚଳିତ ବର୍ଷ ଏପ୍ରିଲରେ ସେ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ ଏବଂ ଏମ୍‌ସ୍‌ରେ କିଛି ଦିନ ଚିକିତ୍ସା ପରେ ଡିସଚାର୍ଜ ହୋଇଥିଲେ ।

ଡ଼. ମନମୋହନ ସିଂହ ୨୦୦୪ ରୁ ୨୦୧୪ ପର୍ୟ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ୨୦୦୯ ରେ ଏମ୍‌ସ୍‌ରେ ତାଙ୍କର ହୃଦୟ ବାଇପାସ୍ ସର୍ଜରୀ କରାଯାଇଥିଲା । ଡ଼. ମନମୋହନ ସିଂ ଚଳିତ ବର୍ଷ କରୋନା ସଂକ୍ରମିତ ହୋଇଥିଲେ । କରୋନା ପଜିଟିଭ୍ ହେବା ପରେ ତାଙ୍କୁ ୧୯ ଏପ୍ରିଲରେ ଏମ୍‌ସ୍‌ର ଟ୍ରୋମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । ଏହା ପରେ, ୨୯ ଏପ୍ରିଲରେ, ତାଙ୍କୁ ଏମ୍‌ସ୍‌ର ଟ୍ରୋମା କେନ୍ଦ୍ରରୁ ଡିସଚାର୍ଜ କରାଯାଇଥିଲା । ମାର୍ଚ୍ଚ ୪ ଏବଂ ଏପ୍ରିଲ ୩ରେ ପୂର୍ବତନ ପ୍ରଧାନମନ୍ତ୍ରୀ କରୋନା ଟୀକା ନେଇଥିଲେ ।

Leave A Reply

Your email address will not be published.

16 − 12 =