ମା’ ମାଣିକେଶ୍ୱରୀ ପ୍ରସିଦ୍ଧ ଛତର ଯାତ୍ରା ସମ୍ପନ୍ନ : କଟକଣା ସତ୍ତ୍ୱେ ଶ୍ରଦ୍ଧାଳୁ ସାମିଲ, ହଜାର ହଜାର ବଳି ପଡିଲା

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ସମ୍ପନ୍ନ ହୋଇଯାଇଛି । ଗତକାଲି ନିଶାର୍ଦ୍ଧରେ ମନ୍ଦିର ପରିସରରେ ପୋଢ଼ ବଳି ପରେ ଆଜି ସକାଳୁ ସହର ଜେନାଖାଲରୁ ମା’ଙ୍କ ଛତର ମନ୍ଦିରକୁ ଆସିଥିଲା । ଲୋକନୃତ୍ୟ ଓ ଲୋକଗୀତରେ ପ୍ରକମ୍ପିତ ହୋଇଥିଲା ରାଜରାସ୍ତା । ଅନ୍ୟ ବର୍ଷମାନଙ୍କରେ ଛତର ଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବା ବେଳେ ଗତ ବର୍ଷ କୋଭିଡ କଟକଣା ପାଇଁ ବିନା ଭକ୍ତରେ ପରମ୍ପରା ପାଳନ କରାଯାଇଥିଲା । ତେବେ ଏ ବର୍ଷର ଦୃଶ୍ୟ ଟିକେ ଅଲଗା ଥିଲା । କୋଭିଡ କଟକଣା ପାଇଁ ଗତକାଲିଠାରୁ ସହରରେ ୧୪୪ ଧାରା ଜାରି କରାଯାଇଥିଲା । ସହରର ସବୁ ବନ୍ଦ ଥିବା ବେଳେ ଭିତରକୁ କାହାରିକୁ ଛଡାଯାଇ ନଥିଲା । ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ସହରରେ ୧୦ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା । କଟକଣା ସତ୍ତ୍ୱେ ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କ ଛତର ଦର୍ଶନ କରିଥିଲେ । କଟକଣା ଯୋଗୁଁ ମାନସିକଧାରୀମାନେ ରାଜରାସ୍ତାକୁ ନଯାଇ ନିଜ ଘରେ ଓ ଭାବନିପାଟଣାକୁ ସଂଯୋଗ କରୁଥିବା ଜିଲ୍ଲାର ବିଭିନ୍ନ ସଡକରେ ହଜାର ହଜାର କୁକୁଡ଼ା, ବୋଦା ଆଦି ବଳି ପକାଇବାର ଦେଖିବାକୁ ମିଳିଛି ।

Leave A Reply

Your email address will not be published.

seventeen + 16 =