pakka

ସାଧାରଣରେ ଅଭିଯୋଗ : ଲୋକଙ୍କ ଆଶା ଭାଙ୍ଗୁଛି ପାଇକମାଲ ୟୁକୋ ବ୍ୟାଙ୍କ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଅଞ୍ଚଳର ଅଗ୍ରଣୀ ୟୁକୋ ବ୍ୟାଙ୍କ ଏହି ଅଞ୍ଚଳର ଲୋକମାନଙ୍କ ଭାବନାକୁ ଆଘାତ ଦେଉଥିବା ଅଭିଯୋଗ ହେଉଛି । ଏହି ଅଞ୍ଚଳର ଲୋକମାନଙ୍କର ଭରସା ବ୍ୟାଙ୍କ ଉପରେ ଥିବା ବେଳେ ବ୍ୟାଙ୍କ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଲୋକେ ଫେରି ଯାଉଛନ୍ତି ବୋଲି ଜନ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ସଦ୍ୟତମ ଘଟଣାରୁ ପ୍ରକାଶ ଯେ, ପାଇକମାଲ ବ୍ଲକ ମାଣ୍ତଆଢିପା ଗ୍ରାମ ପଞ୍ଚାୟତ ମୁଣ୍ତେଲା ଗାଁର ଟେଭା ରଣା(୭୦) ସ୍ବାମୀ ସୁଗ୍ରେ ରଣାଙ୍କ ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ବ୍ୟାଙ୍କ ଖାତା ଦରକାର ପଡିବାରୁ ୟୁକୋ ବ୍ୟାଙ୍କକୁ ଆସିଥିଲେ । କିନ୍ତୁ ବ୍ୟାଙ୍କର ଅସ୍ଥାୟୀ କର୍ମଚାରୀ ଖାତା ଖୋଲିବା ପାଇଁ ମନା କରିଥିଲେ । ସଂପୃକ୍ତ ବୃଦ୍ଧା ଦମ୍ପତ୍ତି ମନ ଦୁଃଖରେ ଫେରିଥିଲେ । ଚାଲିବାର ଶକ୍ତି ନ ଥିଲେ ମଧ୍ୟ ବୃଦ୍ଧା ଜଣକ ବ୍ୟାଙ୍କକୁ ଆସି ହଇରାଣ ହୋଇଥିବାରୁ ଆମ ପ୍ରତିନିଧି ନିରୋଜ କୁମାର ପାଣୀଙ୍କୁ ଏ ବିଷୟରେ ଅବଗତ କରିଥିଲେ । ଏ ଅଞ୍ଚଳର ଜନସାଧାରଣ ବ୍ୟାଙ୍କ କର୍ମଚାରୀଙ୍କ କାର୍ଯ୍ୟକଳାପକୁ ସୁଧାରିବା ପାଇଁ ଜନସାଧାରଣରେ ଦାବୀ ହେଉଛି ।

2 Comments
  1. Biwa says

    State bank ra report bana j lav deba

    1. Koshala Prabaha says

      ok

Leave A Reply

Your email address will not be published.

12 + 18 =