csstore

ତୁରେକେଲା ବ୍ଲକ ମୁରିବାହାଲ ଗାଁ ରେ ମା’ ମାହେଶ୍ୱରୀ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ମୁରିବାହାଲ୍ ଗାଁ ଠାରେ ୧୫ ତମ ମାଁ ମାହେଶ୍ୱରୀ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବିଧାୟକଙ୍କ ପୁତୁରା ମୁକେଶ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ଏହି ମୁରିବାହାଲ୍ ଗ୍ରାମରେ ଟୁର୍ଣ୍ଣାମେଣ୍ଟ ଦୀର୍ଘ ପାଞ୍ଚଦିନ ଧରି ଚାଲିଥିଲା । ୧୬ଟି ଦଳ ଭାଗନେଇ ଥିଲେ ଫାଇନାଲ ମ୍ୟାଚରେ ଢ଼ୋଲମାନ୍ଦଲ୍ ଓ ଯୁରାବନ୍ଦ ମୁହାମୁହିଁ ହୋଇଥିଲେ । ପ୍ରଥମେ ଢ଼ୋଲ ମାନ୍ଦଲ୍ ଦଳ ଟସ୍ ଜିତି ବ୍ୟାଟିଂ ଚୟନକରି ୬ ଓଭରରେ ୫୫ ରନ୍ ସଂଗ୍ରହ କରିଥିଲେ । ଯୁରାବନ୍ଦ ଦଳ ୫ଓଭର ୨ ବଲ ଖେଳି ୫୬ ରନ୍ ସଂଗ୍ରହ କରି ବିଜୟ ହାସଲ କରିଥିଲେ । ଧାରା ବିବରଣୀ ଶୁଣାଉଥିଲେ କୁନୁ ହଂସ ଖେଳ ପରିଚାଲାଣ କରିଥିଲେ କୁଞ୍ଜ ଦୀପ ଓ ନରେଶ ହଂସ । ଏହି ଖେଳର ସଭାପତି ଭାବରେ ମହେନ୍ଦ୍ର ହଂସ ଏବଂ କ୍ରିକେଟ କମିଟିର କାର୍ଯ୍ୟକର୍ତ୍ତା ପ୍ରେମ ପୁଞ୍ଜି ଦେବରାଜ ହଂସ, ନରେଶ ହଂସ, ବ୍ୟାସଦେବ ସଲମା ଉମେଶ ବାଗ, ନିଲାମ, ପୁଞ୍ଜି, କାର୍ତ୍ତିକ ହାତୀ, ନାର୍ଣ୍ଣ ହଂସ, ପ୍ରକାଶ ହଂସ, ଏବଂ ଗ୍ରାମର ଗଣ୍ଡାରାମ ହଂସ, ପଦ୍ରୀ ଶଗ୍ରିଆ, ଭୀମ ରାଜ ବାଗ, ପିତାମ୍ବର ଦୀପ, ତୁଳସୀ ରାମ ଜଗତ, ଚୁଲୁ ମଣି ହଂସ, ହରି ପୁଞ୍ଜି ଧବଳେଶ୍ୱର ହଂସ, ମୁଟେଶ୍ୱର୍ ହଂସ, ପୂର୍ଣ୍ଣ ଚନ୍ଦ୍ର ହଂସ ସହଯୋଗ କରି ପ୍ରମୁଖ ମୁରିବାହାଲ ଗ୍ରାମର ବୁଦ୍ଧିଜୀବୀ ସକ୍ରିୟ ସାହାଯ୍ୟ କରିଥିଲେ ।

jayashree
Leave A Reply

Your email address will not be published.