pr

ଆନ୍ତଃମହାବିଦ୍ୟାଳୟ ସ୍ତରୀୟ କ୍ରିକେଟ ଓ ଭଲିବଲ ଟୁର୍ଣ୍ଣାମେଣ୍ଟ

dr. purohit

ମାଲକାନଗିରି : ମାଲକାନଗିରି ମହାବିଦ୍ୟାଳୟ ପରିସରରେ ପ୍ରଥମ ଥର ପାଇଁ ଆନ୍ତଃମହାବିଦ୍ୟାଳୟ ସ୍ତରୀୟ କ୍ରିକେଟ ଓ ଭଲିବଲ ଟୁର୍ଣ୍ଣାମେଣ୍ଟ ସୋମବାର ଠାରୁ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଧୁବ ଚରଣ ମୁଦୁଲି ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମାଲକାନଗିରି ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଓ ଡ଼ଃ ରଞ୍ଜନ କୁମାର ସ୍ୱାଇଁ ସଭାପତିତ୍ୱ କରିଥିବା ବେଳେ ନମିତା ଦଣ୍ଡସେନା ସଭା ପରିଚାଳନା କରିଥିଲେ । ଅନ୍ୟତମ ଅତିଥି ରୂପେ ବରିଷ୍ଠ ପ୍ରାଧ୍ୟାପକ ଲିଙ୍ଗରାଜ ମିଶ୍ରଙ୍କ ସମେତ ଜିମୁତ ନାୟକ, ତପନ କୁମାର ବେହେରା, ସୁଶାନ୍ତ କୁମାର ମାଝୀ, ଗୌତମ ନାୟକ, ପ୍ରେମ ରେଖା ଭୋତ୍ରା, ପ୍ରମୀୟ କୁମାର ମହାନ୍ତି, ଉମେଶ ଚନ୍ଦ୍ର ରାଉତ, ଅଭିମନ୍ୟୁଦଳ ବେହେରା ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଏହି ଅବସରରେ ଜିଲ୍ଲାର ୮ଗୋଟି ମହାବିଦ୍ୟାଳୟ କ୍ରିକେଟ ଓ ଭଲିବଲ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଛନ୍ତି । ପ୍ରାୟତଃ ୧୦୦୦ରୁ ଅଧିକ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଅଂଶଗ୍ରହଣ କରିଥିଲେ । ଶେଷରେ ଆଥଲେଟିର ସଦସ୍ୟ ଅଧ୍ୟାପକ ଜିମୁତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.