pakka

ନୂଆପଡା ଗ୍ରାମକୁ ମିଳିଲା ରାଜସ୍ୱ ଗ୍ରାମର ମାନ୍ୟତା

bbehera

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତର ନୂଆପଡା ଗ୍ରାମକୁ ଦୀର୍ଘବର୍ଷ ପରେ ରାଜସ୍ଵ ଗ୍ରାମରର ମାନ୍ୟତା ମିଳିଛି । ଗ୍ରାମବାସୀମାନେ ଦୀର୍ଘ ବର୍ଷରୁ ରାଜସ୍ୱ ଗ୍ରାମର ମାନ୍ୟତ ଦେବା ପାଇଁ ଦାବୀ ଜଣାଇ ଆସୁଥିଲେ । ତେବେ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ପକ୍ଷରୁ ନୂଆପଡା ଗ୍ରାମକୁ ନୂତନ ରାଜସ୍ୱ ଗ୍ରାମ ନିମନ୍ତେ ଯୋଗ୍ୟ ବିବେଚିତ କରିଛନ୍ତି । ଏହି ଖବର ଜାଣିବା ପରେ ଗ୍ରାମବାସୀ ସରକାର ଓ ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି । ସୋମବାର ନୂଆପଡା ଗ୍ରାମବାସୀଙ୍କ ପକ୍ଷରୁ କୋକସରା ତହସିଲଦାର ଦେବବ୍ରତ କରାଟି ଓ ବିଭାଗୀୟ କର୍ମଚାରୀ ଓ ଟେମରା ସରପଞ୍ଚ କ୍ଷିତିରାମ ପାତ୍ରଙ୍କୁ ଏହି ଅବସରରେ ବାଜାଗାଜା ବଜାଇ ସ୍ୱାଗତ ସମ୍ବର୍ଦ୍ଧନା କରିଛନ୍ତି । ତହସିଲଦାର ଗ୍ରାମ ପରିଦର୍ଶନ କରିବା ସହ ଗ୍ରାମବାସୀଙ୍କ ସହିତ ଏକ ବୈଠକରେ ନୂଆପଡା ଗ୍ରାମକୁ ରାଜସ୍ଵ ବିଭାଗ ପକ୍ଷରୁ ରାଜସ୍ୱ ଗ୍ରାମ ଘୋଷଣ କରିଥିବା ସୂଚନା ଦେଇଛନ୍ତି । ଏହା ସହ ଗାଁ ସ୍କୁଲକୁ ନିଜସ୍ୱ ହାତରୁ ୧୦ ହଜାର ଟଙ୍କା ମୋ ସ୍କୁଲ ଅଭିଯାନକୁ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି । ଏହି ଅବସରରେ ନୂଆପଡାର ଗ୍ରାମବାସୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

18 − nine =