pakka

ଶପଥ ନେଲେ ପଦ୍ମପୁର ବିଧାୟକ ବର୍ଷା ସିଂ ବରିହା

bbehera

ଭୁବନେଶ୍ୱର : ପଦ୍ମପୁରର ନବନିର୍ବାଚିତ ବିଧାୟକ ବର୍ଷା ସିଂ ବରିହା ଆଜି ଶପଥ ନେଇଛନ୍ତି । ବାଚସ୍ପତିଙ୍କ ପ୍ରକୋଷ୍ଠରେ ସେ ପଦ ଓ ଶପଥ ନେଇଛନ୍ତି । ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥ ପାଠ କରାଇଛନ୍ତି । ନିର୍ବାଚନ ଜିତିବା ପରେ ବର୍ଷା ଶନିବାର ଦିନ ଭୁବନେଶ୍ୱର ଆସିଥିଲେ । ସେ ପ୍ରଥମେ ନିଜ ଶ୍ୱଶୁର ଘରକୁ ଯାଇ ପରିବାର ଲୋକଙ୍କ ଆଶୀର୍ବାଦ ନେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କର ଆଶୀର୍ବାଦ ନେଇଥିଲେ । ପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ମଧ୍ୟ ତାଙ୍କ ସରକାରୀ ବାସଭବନରେ ସାକ୍ଷାତ କରିଥିଲେ । ସେଠାରେ ସୋମବାର ଶପଥ ନେବେ ବୋଲି କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ବିଧାୟକ ପ୍ରଫୁଲ୍ଲ ସାମଲ, ବିଧାୟକ ସୁଶାନ୍ତ ସିଂ, ମନ୍ତ୍ରୀ ଟୁକୁନି ସାହୁ, ରୀତା ସାହୁ ଓ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଉପସ୍ଥିତି ଥିଲେ ।

jay balangir
Leave A Reply

Your email address will not be published.

4 × 1 =

error: Content is protected !!