pr

ଗୋଁଣ୍ତ ମହାସଭାର ନୂତନ ଗୁଡି କମିଟି ଗଠନ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଅଖିଳ ଭାରତୀୟ ଗୋଁଣ୍ତୱାନା ଗୋଁଣ୍ତ ମହାସଭା ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଧୁମାଭଟା ଠାରେ ଜିଲ୍ଲା ସଭାପତି ଭାଗିରଥି ସିଂହଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପଦ୍ମପୁର ବ୍ଲକ, ପାଇକମାଲ ବ୍ଲକ, ଝାରବନ୍ଧ ବ୍ଲକର ଗୋଁଣ୍ତ ସମାଜର ପଦାଧିକାରୀ ଓ ସମସ୍ତ ପରିବାର ଯୋଗ ଦେବା ସଙ୍ଗେ ସଙ୍ଗେ ଜିଲ୍ଲା ମହାସଚିବ ଧନେଶ୍ଵର ସିଂହ, ଉପସଭାପତି ଚୈତୁ ସିଂ ଦାଉ, ଚୂଡାମଣି ରାଏ, ସୁରେନ୍ଦ୍ର ଧରୁଆ, ଅଶ୍ୱିନୀ ଧରୁଆ, ରଘୁନନ୍ଦନ ଦେଓ, ନନ୍ଦକିଶୋର ଧରୁଆ, ଭାଗବତିଆ ସିଂ ଦାଉ, ଚିତ୍ତରଞ୍ଜନ ପର୍ରେ, ଶୋଭାରାମ ସିଦାର, ରମେଶ ଜଗତ, ଜିଲ୍ଲା ମହିଳା କମିଟି ସଭ୍ୟା ଇନ୍ଦ୍ରାଣୀ ଭୋଇ, ରୂପେଶ୍ୱରୀ ଛତ୍ରିଆ, ଗୀତା ଧରୁଆ, ମମତା ଧରୁଆ, ବେଲାର ସେନ ପୁଟା, ଦୁର୍ଯ୍ୟୋଧନ ପୁଟା, ହେମନ୍ତ ଧରୁଆଙ୍କ ସମେତ ଜିଲ୍ଲା ତଥା ଗୁଡି କମିଟି, ବ୍ଲକ କମିଟି ସଭ୍ୟ ସଭ୍ୟାମାନେ ଯୋଗ ଦେଇଥିଲେ । ନୂତନ ଭାବେ ଧୁମାଭଟା ଗୁଡି କମିଟି ଗଠନ ହୋଇ ସଭାପତି ଭାବେ ମୁରଳୀ ଧରୁଆ, ଉପସଭାନେତ୍ରୀ ଭାବେ ଲୋଭାବତୀ ଧରୁଆ, ମହାସଚିବ ଭାବେ ଟିକେଶ୍ଵର ଧରୁଆ, କୋଷାଧ୍ୟକ୍ଷ ଭାବେ ଇନ୍ଦ୍ରଜିତ ଧରୁଆ, ସଚିବ ଭାବେ ଜଗନ୍ନାଥ ଛତ୍ରିଆ, ପ୍ରଚାର ସଚିବ ଭାବେ କଲାଚନ ଧରୁଆ, ସଦସ୍ୟ ଭାବେ ଲକ୍ଷପତି ଧରୁଆ, ଘନଶ୍ୟାମ ଧରୁଆ, ଅକ୍ଷୟ ଧରୁଆ, ଲତିକା ଧରୁଆ, ଉମା ଧରୁଆ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ ।

nrusinghnath
Leave A Reply

Your email address will not be published.