om academy

ପଦ୍ମପୁରଠାରେ ଓଲଟିଲା ଟ୍ରକ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରଠାରେ ଡ୍ରାଇଭରର ଆଖି ଲାଗି ଯିବାରୁ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ । ପଦ୍ମପୁର ନେହେରୁଗଳିର କାଳୀ ମନ୍ଦିର ପାଖରେ ଭାରସାମ୍ୟ ହରାଇ ରାସ୍ତାରେ କଡରେ ଥିବା ଘର ଉପରେ ଚଢ଼ିଗଲା ଗାଡି । ସୌଭାଗ୍ୟ ବସତଃ କାହାର କିଛି କ୍ଷୟକ୍ଷତି ହୋଇନାହିଁ ଘରରେ ଥିବା ଲୋକଙ୍କ ସମେତ ଡ୍ରାଇଭର ଓ ହେଲ୍ପର ସମସ୍ତେ ବଞ୍ଚି ଯାଇଛନ୍ତି । ସୂଚନା ଅନୁସାରେ ଏହି ୦ଆର୍‌୧୮ବି୭୦୭୭ ନମ୍ବର ବିଶିଷ୍ଟ ଦଶ ଚକିଆ ଟ୍ରକ, ପଦ୍ମପୁର ପଟୁ ବରଗଡ଼କୁ ସିମେଣ୍ଟ ବୋଝେଇ କରି ଯାଉଥିବା ବେଳେ ସକାଳ ପ୍ରାୟ ୪ ଟାରେ ଓଲଟି ପଡିଛି । ଆଖି ଲାଗି ଯିବାରୁ ଏପରି ଏକ ଅଘଟଣ ଘଟି ଯାଇଛି ବୋଲି କହିଛନ୍ତି ଟ୍ରକ ଡ୍ରାଇଭର । ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.