om academy

ପଦ୍ମପୁର ରାଜ ଉଆସରେ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦିନ କେତେଟା ପରେ ଧରା ପୃଷ୍ଠରେ ଅବତରଣ ହେବେ ଜଗତ ଜନନୀ ମା’ ଦୁର୍ଗା । ଏ ନେଇ ଚଳ ଚଞ୍ଚଳ ଗାଁଠାରୁ ସହର । କୋଭିଡ କଟକଣା ଯୋଗୁଁ ପୂଜା ମଣ୍ଡପକୁ ଭକ୍ତଙ୍କୁ ବାରଣ ଥିଲେ ବି ନିୟମାନୁଯାୟୀ ପୂଜା ପାଇଁ ଆରମ୍ଭ ହୋଇ ସାରିଛି ପ୍ରସ୍ତୁତି । ପଦ୍ମପୁରରେ ସଜେଇ ହେଉଛି ରାସ୍ତା ଘାଟ ତୋରଣ ଆଲୋକ ସଜ୍ୟା ଆଦିରେ ଚାଲିଛି ଜଗତ ଜନନୀ ମା’ଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତି । ପୂଜାକୁ ଆଉ ଦିନ କେଇଟା ବାକି ଥିବା ବେଳେ କାରିଗର ଲାଗି ପଡିଛନ୍ତି ମା’ଙ୍କର ମ୍ରିୟମାଣ ମୂର୍ତ୍ତୀ ନିର୍ମାଣ କାର୍ଯ୍ୟରେ । ସରକାରି ଗାଇଡଲାଇନ ଅନୁଯାୟୀ ପ୍ରତି ବର୍ଷ ପରି ଭବ୍ୟ ନ ହେଲେ ବି ନିୟମାନୁଯାୟୀ ମା’ଙ୍କ ପ୍ରତିମାକୁ ସଜାଇବା ପାଇଁ କାମ କରୁଛନ୍ତି କାରିଗର । ଅନ୍ୟ ପଟେ ପୂଜା କମିଟି ତରଫରୁ ମଧ୍ୟ ଦଶହରା ପୂଜାରେ ଯେମିତି ଆଇନ ଶୃଙ୍ଖଳା ବଜାୟ ରହିବ ଏବଂ ସୁରକ୍ଷାର ସହ ସହଜରେ ଭକ୍ତଙ୍କୁ ପୂଜା ମଣ୍ଡପକୁ ଦର୍ଶନ ପାଇଁ ଛଡାଯିବ ସେନେଇ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଉଅଛି । ରାଜା ରାଜୁଡା ଅମଳରୁ ପଦ୍ମପୁର ରାଜବାଟିରେ ହୋଇ ଆସୁଛି ଜଗତ ଜନନୀ ମା’ ଦୁର୍ଗାଙ୍କର ପୂଜା । ପ୍ରତି ବର୍ଷ ସାମଗ୍ର ଅଂଚଳରୁ ଲୋକେ ଏହି ମଣ୍ଡପକୁ ପ୍ରତି ବର୍ଷ ଲକ୍ଷାଧିକ ସଂଖ୍ୟାରେ ଆସିଥାନ୍ତି ପୂଜା କରିବା ସହ ମା’ଙ୍କ ଆଶୀର୍ବାଦ ଲାଭ ପାଇଁ । ପ୍ରତି ବର୍ଷ ପଦ୍ମପୁର ରାଜବାଟିରେ ଦୁର୍ଗା ପୂଜା ସମୟରେ ବାହାରି ଥାଏ ଖଣ୍ଡା ଧୁଆ ପାଇଁ ରାଜାଙ୍କ ଅମଳର ହାତ ହତିଆର ଏବଂ ଏହି ପରମ୍ପରା ସହ ଆରମ୍ଭ ହୋଇଥାଏ ଦୁର୍ଗା ପୂଜା । କେବଳ ସେତିକି ନୁହେଁ ପଦ୍ମପୁରର ଏକତାର ପ୍ରତିକ ଏହି ସାର୍ବଜନୀନ ଦୁର୍ଗା ପୂଜା । ପଦ୍ମପୁରରେ ଏହି ଗୋଟିଏ ମଣ୍ଡପରେ ହିଁ ଦଶହରାରେ ପୂଜା ପାଇଥାନ୍ତି ଦୁର୍ଗତି ନାଶିନି ମା’ ଦୁର୍ଗା । ଗତ ପ୍ରାୟ ୨ ବର୍ଷ କଟକଣା ମଧ୍ୟରେ ବିଧି ରକ୍ଷା ପାଇଁ ପୂଜା ହୋଇଥିବା ବେଳେ ଚଳିତ ବର୍ଷ କିନ୍ତୁ ଆସିର୍ଣ୍ଣ ଜନ ଗହଳିକୁ ନେଇ ପୂଜା କମିଟି ଏବଂ ପ୍ରଶାସନ ତରଫରୁ ମଧ୍ୟ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଉଅଛି । ଗଣତନ୍ତ୍ର ଭିତରେ ବି ପଦ୍ମପୁର ଦୁର୍ଗା ପୂଜାରେ ଦେଖିବାକୁ ମିଳେ ରାଜତନ୍ତ୍ରର ଝଲକ ।

Leave A Reply

Your email address will not be published.