csstore

ତୁରେକେଲା ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

ତୁରେକେଲା, (କୈଳାସ ସଗ୍ରିଆ) : ତୁରେକେଲା ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ସରକାରୀ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଏକ ସହର ପରିକ୍ରମା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ସମେତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବ୍ଳକ୍ କର୍ମଚାରୀ ବୃନ୍ଦ, ଅଙ୍ଗନୱାଡ଼ି କର୍ମୀ ବୃନ୍ଦ, ଆଶା ମା’ ବୃନ୍ଦ, ସିଆର୍‌ପିଏଫ୍‌ ଅଧିକାରୀ ଓ ଯବାନ୍‌, ସମସ୍ତ ଏସ୍‌ଏଚ୍‌ଜି ମହିଳା ବୃନ୍ଦ, ଛାତ୍ରଛାତ୍ରୀ ଓ ଶିକ୍ଷକ ବୃନ୍ଦ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗାଁ ବସ୍ତିରୁ ବ୍ଳକ ପର୍ଯ୍ୟନ୍ତ ଏକ ରାଲି କରି ପରିକ୍ରମ କରିଥିଲେ । ଭାରତ ମାତାର ଜୟଗାନରେ ଆଜି ତୁରେକେଲା ସହର କଂପି ଉଠିଥିଲା ।

jayashree
Leave A Reply

Your email address will not be published.