pakka

ଡହଡହ ଖରାରୁ ମିଳିବନି ତ୍ରାହି

bbehera

ଭୁବନେଶ୍ୱର : ଖରାରୁ ଏବେ ନିସ୍ତାର ନାହିଁ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାଳିବ ପ୍ରଚଣ୍ଡ ଖରା । ଆଜି ସକାଳ ସାଢ଼େ ୮ ସୁଦ୍ଧା ୩୦ ଡିଗ୍ରୀ ଉପରେ ରହିଛି ୧୦ ସହର ତାପମାତ୍ରା । ରାଜଧାନୀ ଭୁବନେଶ୍ୱରରେ ସବୁଠୁ ଅଧିକ ୩୨.୬ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ପାରାଦୀପ, ପୁରୀ ଓ କେନ୍ଦୁଝରରେ ୩୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଗତକାଲି ୧୦ଟି ସହରରେ ପାରଦ ୩୯ ଡିଗ୍ରୀ ଟପିଥିଲା । ୪୦.୫ ଡିଗ୍ରୀ ସହ ପାରଳାଖେମୁଣ୍ଡି ଥିଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ତେବେ ଆସନ୍ତା ୫ ଦିନ ଯାଏଁ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୧୭ ଠାରୁ ୨୦ ତାରିଖ ଭିତରେ ୪୩ ଡିଗ୍ରୀ ପର୍ଯ୍ୟନ୍ତ ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇପାରେ ବୋଲ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Leave A Reply

Your email address will not be published.

1 × 4 =