pakka

ରେଙ୍ଗାଲି ଗ୍ରାମରେ ହାସ୍ୟ କବିତା ଆସର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ୍ ରେଙ୍ଗାଲି ଗ୍ରାମରେ ପଣା ସଂକ୍ରାନ୍ତି ବହୁତ୍ ଧୁମ୍‌ଧାମ୍‌ରେ ପାଳନ କରାଯାଇଥିଲା । ଏହି ଉତ୍ସବକୁ ମୁଖରିତ କରିବା ପାଇଁ ବ୍ୟଙ୍ଗ କବିତା ଆସର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରେଙ୍ଗାଲି ଗ୍ରାମରେ ଥିବା ଗ୍ରାମ ମୁଖ୍ୟ କମିଟି ସଭାପତି ମୁରଲି ମେହେର ଏବଂ ସମ୍ପାଦକ ଚୁଲ ବଗର୍ତ୍ତି ତଥା କମିଟିର ସମସ୍ତ ସଦସ୍ୟ, ଜଗନ୍ନାଥ କମିଟିର ସଭାପତି ଭାଗ୍ୟ ପାତ୍ର ଏବଂ ସମ୍ପାଦକ ସତ୍ୟନାରାୟଣ ସାହୁ ତଥା କମିଟିର ସମସ୍ତ ସଦସ୍ୟ । ବୋଲବମ୍ କମିଟିର ସଭାପତି ହେଜମଣି ସାହୁ ଏବଂ ସମ୍ପାଦକ ପିଣ୍ଟୁ ପଟେଲ ତଥା କମିଟିର ସମସ୍ତ ସଦସ୍ୟ, ନୂଆଖାଇ ଭେଟଘାଟ କମିଟିର ଅଭିମନ୍ୟୁ ବାରିକ, ରାମଲୀଳା କମିଟିର ସମସ୍ତ ସଦସ୍ୟ ଏବଂ ଗ୍ରାମର ସମସ୍ତ ଯୁବ ବର୍ଗଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମ ଶୃଙ୍ଖଳିତ ଭାବରେ ସଫଳ ହୋଇଥିଲା । ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି କରିଥିଲେ ଭକ୍ତ ବରିହା, କିଶୋର ପାତ୍ର, ଗିରିଶ ପାତ୍ର, ସୁବଲ ଠାକୁର ଏବଂ ଭାଗ୍ୟ ପାତ୍ର । ଏହି କବିତା ଆସରରେ ବଲାଙ୍ଗିର ତହଁକ୍ ସାହିତ୍ୟ କୁଟୁମ ଯୋଗଦେଇ ଥିଲେ ଏବଂ ଯୋଗ ଦେଇଥିବା ସମସ୍ତ କବି ତଥା ନାରୀ କବିମାନଙ୍କୁ ଉତ୍ସାହିତ କରିବା ପାଇଁ ମାନପତ୍ର, ଉପଢୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାରେ ଉପସ୍ଥିତ ସମସ୍ତ କବି ତଥା ନାରୀ କବି ମା’ ମାଟି ଏବଂ କିଛି ହାସ୍ୟ ବ୍ୟଙ୍ଗ କବିତା ମାଧ୍ୟମରେ ଦର୍ଶକମାନଙ୍କ ମନ କିଣିଥିଲେ । ଏହା ନିଜ ଭାଷା ସାହିତ୍ୟ ତଥା ଗାଁ ମାଟିର ଏକତା ଭାଇଚାରାର ଏକ ନୂତନ ପ୍ରଚେଷ୍ଟା । ସଭାରେ ସଭାପତିତ୍ୱ କରିଥିଲେ ପଟେତ ପାତ୍ର, ମୁଖ୍ୟ ଅତିଥି ଭାଗିରଥି ବଗର୍ତ୍ତି, ମୂଖ୍ୟ ବକ୍ତା ସୁବଲ ଠାକୁର, ସମ୍ମାନିତ ଅତିଥି ଭବାନୀ ରାଜପୁତ, ଗୁଲାପ ଦଣ୍ଡସେନା (ମିଥୁନ), ଚିନ୍ତାମଣି ଠାକୁର, ହୃଷିକେଶ ସାହୁ ଏବଂ ହୃଷିକେଶ ଗଡତ୍ୟା । ଏହି କାର୍ଯ୍ୟକ୍ରମରେ ଭକ୍ତ ବରିହା, କିଶୋର ପାତ୍ର, କାଳିଆ ରଣା, ପିଙ୍କୁ ବାଗ, ସୁଶାନ୍ତ ବାରିକ, ରିଙ୍କୁ ବାରିକ, ଅଭିମନ୍ୟୁ ମେହେର, ଡିଲେଶ୍ଵର ସାହୁ, ଅଭିମନ୍ୟୁ ବାରିକ, ଦୀନମିତ୍ର ନାଗ, ଭକ୍ତବନ୍ଧୁ ସାହୁ, ଚମ୍ପୁ ପଧାନ, ପିଣ୍ଟୁ ପଟେଲ, କେଶ ବଗର୍ତ୍ତି, କୃଷ୍ଣଚନ୍ଦ୍ର ପାତ୍ର, ହେଜମଣି ସାହୁ, ସତ୍ୟନାରାୟଣ ସାହୁ, ଚକ୍ର ବାରିକ, ରିଙ୍କୁ ପୋଢ, ମୁଖିରାମ ପୋଢ, ସ୍ଵାଗତ ସାହୁ, ଭୀଷ୍ମ ସାହୁ, ଧନୁ ବେହେରା, କେଶବ ଦୀପ, ଗଜିନ୍ଦ୍ର ବାରିକ, ନିମାଇଁ ପାତ୍ର, ଜୟନ୍ତ ଦାସ, କୁମର ପାଣ୍ଡେ, ପପୁ ବାରିକ, ମଣ୍ଟୁ ରଣା, ସୁବ୍ରତ ବଗର୍ତ୍ତି, ରାଧେଶ୍ୟାମ ମେହେର, ମଦନ ପାତ୍ର, ଆଲୋକ ସାହୁ, ଧୃବ ରଣା ପ୍ରମୁଖ କାର୍ଯ୍ୟକ୍ରମ ସମୟରେ ବିଶେଷ ସହଯୋଗ କରିଥିଲେ । ରେଙ୍ଗାଲି ଗ୍ରାମବାସୀଙ୍କ ମିଳିତ ସହଯୋଗରେରେ ଏବଂ ଗ୍ରାମର ଯୁବବର୍ଗର ଯୋଗଦାନରେ ଏହି କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା । ନିଜ ଭାଷା ଏବଂ ମାଁ ମାଟିର ସେବା ପାଇଁ ଆହୁରି ଉତ୍ସାହିତ କରିବା ସହ, ଲେଖାକୁ ଆହୁରି ସୁଦୃଢ଼ କରିବା ପାଇଁ ସ୍ଥାନୀୟ କବି ଦିଲ୍ଲୀପ ମିଶ୍ର, କୁମରମଣି ସାହୁ ଏବଂ ରେଙ୍ଗାଲି ଗ୍ରାମର ଯୁବ କବି ଗିରିଶ ପାତ୍ରଙ୍କୁ ମାନପତ୍ର ଏବଂ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଆଜିକୁ ୪୦ ବର୍ଷରୁ ଅଧିକ ଦିନ ଧରି ରାମଲୀଳା କଳାକୁ ବଞ୍ଚେଇ ରଖିଥିବା ହେତୁ ରେଙ୍ଗାଲି ରାମଲୀଳା ଅନୁଷ୍ଠାନକୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଆହୁରି ରଙ୍ଗୀନ କରିବା ପାଇଁ ନିଜ କଳା ସଂସ୍କୃତିରୁ, କରମସାନୀ, ଘୁଡୁକା ଭଳି ସେଇ ପାରମ୍ପରିକ କଳାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ତାପରେ ନାଚଗୀତର ପରିବେଶରେ ପୁରିଉଠିଥିଲା ମଞ୍ଚ । ଏହି କାର୍ଯ୍ୟକ୍ରମରେ କବି କଳାକାର ଉଭୟଙ୍କୁ ସମ୍ମାନ ଦିଆଯାଇଥିଲା । ଭକ୍ତ ବରିହା ଏବଂ କିଶୋର ପାତ୍ରଙ୍କ ଆକୁଣ୍ଠିତ ସହଯୋଗକୁ ସମସ୍ତେ ପ୍ରଶଂସା କରିଥିଲେ । ସଭାକୁ ସଂଯୋଜନା କରିଥିଲେ କବି ତଥା ଶିକ୍ଷକ ଦିଲ୍ଲୀପ ମିଶ୍ର ଏବଂ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ଯୁବ କବି ଗିରିଶ ପାତ୍ର ।

Leave A Reply

Your email address will not be published.

twelve − 1 =