pakka

ଶଙ୍ଖ ଛାଡ଼ି ପଦ୍ମ ଧରିଲେ ପ୍ରଭାସ ସିଂ

bbehera

ଭୁବନେଶ୍ୱର : ବଢ଼ୁଛି ବିଜେପିର ବଳ । ବିଜେପିରେ ସାମିଲ ହୋଇଛନ୍ତି ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ ସିଂ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଆନୁଷ୍ଠାନିକ ଭାବେ ପଦ୍ମ ଧରିଛନ୍ତି ପ୍ରଭାସ । ବରଗଡ଼ ଆସନରୁ ଚଳିତ ଥର ଟିକେଟ୍‌ ନ ଦେବାରୁ ପ୍ରଭାସ ସିଂ ବିଜେଡିରୁ ଇସ୍ତଫା ଦେଇଥିଲେ । ଏପ୍ରିଲ୍‌ ୮ରେ ବିଜେଡିରୁ ଇସ୍ତଫା ଦେଇଥିଲେ ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ ସିଂ । ନବୀନ ନିବାସରେ ପହଞ୍ଚି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ଦେଇଥିଲେ । ଜିଲ୍ଲା ସଭାପତି ପଦରୁ ତଥା ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ ପ୍ରଭାସ ।

jay balangir
Leave A Reply

Your email address will not be published.

eleven + 8 =

error: Content is protected !!