pakka

ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରାକ୍ଟର

bbehera

ଝାରସୁଗୁଡ଼ା : ଟ୍ରାକ୍ଟର ଧକ୍କାରେ ଓଲଟିଲା ଆମ୍ବୁଲାନ୍ସ । ଅଳ୍ପକେ ବର୍ତ୍ତିଲେ ରୋଗୀ । ଝାରସୁଗୁଡା ଜିଲ୍ଲା କଟାପାଲି ନିକଟରେ ଦୁର୍ଘଟଣା ଘଟିଛି । ଖବର ଅନୁଯାୟୀ, ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପଟରୁ ଆସୁଥିବା ଏକ ଆମ୍ବୁଲାନ୍ସ ସହ କଟାପାଲି ନିକଟରେ ଟ୍ରାକ୍ଟର ଧକ୍କା ଦେବାରୁ ଭାରସାମ୍ୟ ହରାଇ ଆମ୍ବୁଲାନ୍ସଟି ଓଲଟି ପଡିଥିଲା । ଆମ୍ବୁଲାନ୍ସରେ ଜଣେ ରୋଗୀ ସହ ୨ ଜଣ ଆଟେଣ୍ଡାଣ୍ଟ ରହିଥିଲେ । ସୌଭାଗ୍ୟ ବଶତଃ ସେମାନେ ସାମାନ୍ୟ ଆହତ ହୋଇଛନ୍ତି । ସୂଚନା ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସକୁ ଉଠାଇ ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କୁ ଅନ୍ୟ ଏକ ଗାଡ଼ିରେ ଡାକ୍ତରଖାନାରେ ଭର୍ତ୍ତି କରାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଛନ୍ତି ।

jay balangir
Leave A Reply

Your email address will not be published.

one × 2 =