csstore

ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ବିଦ୍ୟୁତ ଉପଭୋକ୍ତାଙ୍କୁ ପୁରସ୍କାର ପ୍ରଦାନ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ପାୱାର ହାଉସ୍ ଗ୍ରୀଡ୍ ଠାରେ ଟିପିଡବ୍ଲୁଓଡିଏଲ୍ ସବଡିଭିଜନ୍ ୧ ପକ୍ଷରୁ ୩ ଜଣ ବିଦ୍ୟୁତ ଉପଭୋକ୍ତା ନିୟମିତ ବିଦ୍ୟୁତ ବିଲ୍ ପଇଠ କରୁଥିବାରୁ ସେମାନଙ୍କୁ ଆଜି ଏକ ସଭାରେ ଉପହାର ଦିଆଯାଇଥିଲା । ପ୍ରଥମ ପୁରସ୍କାର ସରୋଜିନୀ ମହାପାତ୍ର, ଦ୍ଵିତୀୟ ପୁରସ୍କାର କଲୀପୁ କାଞ୍ଚନ ଦେବୀ ଏବଂ ତୃତୀୟ ପୁରସ୍କାର କୁନୁ ବାରିକଙ୍କୁ ଯଥାକ୍ରମେ ମୋବାଇଲ, ହୋମ୍‌ସପ୍ ଏବଂ ରେଡିଓ ପୁରସ୍କାର ରୂପେ ପ୍ରଦାନ କରାଯାଇଥିଲା । ଆର୍‌ଇସି ସେକ୍ସନ୍ ଏସ୍‌ଡିଓ ସୁନୀଲ ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଆର୍‌ଇସି ସେକ୍ସନ୍ ଅଫିସର୍ ରିଆଜୁଲ ହକ୍, ଉଦୟଭାନୁ ନନ୍ଦି, ଇଶାନ କୁମାର ନାଏକ, ଘନଶ୍ୟାମ ମିଶ୍ର, ଅରବିନ୍ଦ ଗଙ୍ଗାଧର କାଂକଡେ, କୈଳାସ ନେମଡେ ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରି ବିଦ୍ୟୁତ ଉପଭୋକ୍ତାଙ୍କୁ ଉତ୍ସାହିତ କରିଥିଲେ । ସମସ୍ତ ପୁରସ୍କାର ପାଇଥିବା ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ।

jayashree
Leave A Reply

Your email address will not be published.