ଜିଜ୍ଞାସା ଶିକ୍ଷାକେନ୍ଦ୍ରରୁ କୋଚିଂ ନେଇ ଟପର ହେଲେ ବାପଛେଉଣ୍ଡ ଈଶାଣେଶ୍ୱରୀ

ଭୋଗରାଇ, (ଶିବନାରାୟଣ ପାତ୍ର) : ଚଳିତ ବର୍ଷ +୨ କଳା ପରୀକ୍ଷା ଫଳରେ ଦହମୁଣ୍ଡା ଆନନ୍ଦମୟୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଈଶାଣେଶ୍ଵରୀ ସାହୁ ମୋଟ୍ ୪୭୮ ମାର୍କ୍ସ ରଖି କଲେଜ ଟପ୍ପର ହୋଇଛନ୍ତି । ସେ ଦହମୁଣ୍ଡା ସ୍ଥିତ ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ ଯୁକ୍ତ ଦୁଇ କଳାରେ ଦୁଇ ବର୍ଷଧରି କୋଚିଂ ନେଇଥିଲେ । ଓଡ଼ିଆ (ଉଭୟ ବାଧ୍ୟତାମୂଳକ ଓ ଇଚ୍ଛାଧୀନ) ବିଷୟରେ ୯୦ ପ୍ରତିଶତରୁ ଅଧିକ ନମ୍ଵର ରଖି ବାପଛେଉଣ୍ଡ ଝିଅ ଈଶାଣେଶ୍ଵରୀ ଖରିଦପିପଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆରୁହାବୃତ୍ତି ନଂ -୨ ଗ୍ରାମରେ ସ୍ଵର୍ଗତ ପିତା ରାଜକୁମାର ସାହୁ ଓ ମାତା ଗୃହିଣୀ ବୀଣାପାଣି ସାହୁଙ୍କ ନାମକୁ ଉଜ୍ଜ୍ଵଳ କରିଛନ୍ତି । ଈଶାଣେଶ୍ଵରୀଙ୍କ ଉକ୍ତ ସଫଳତାରେ ଗ୍ରାମବାସୀ, ବନ୍ଧୁବାନ୍ଧବ, ଆନନ୍ଦମୟୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଅଳକା ଦାସ, ଅଧ୍ୟାପକ, ଅଧ୍ୟାପିକା ତଥା ଦହମୁଣ୍ଡା ଜିଜ୍ଞାସା କୋଚିଂ ସେଣ୍ଟରର ଅଧ୍ୟକ୍ଷ ଶିବନାରାୟଣ ପାତ୍ର, ସରପଞ୍ଚ ମଞ୍ଜୁରାଣୀ ବେହେରା ଓ ସମିତିସଭ୍ୟା ବିନତୀ ସାହୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଈଶାଣେଶ୍ଵରୀ ତାଙ୍କର ଉକ୍ତ ସଫଳତା ନିମନ୍ତେ ଜିଜ୍ଞାସା ଶିକ୍ଷାକେନ୍ଦ୍ରର ସମସ୍ତ ଶିକ୍ଷକ ଓ ଅଧ୍ୟକ୍ଷ ଏବଂ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକାଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି । ଓଡ଼ିଆ ଭାଷା ସାହିତ୍ୟରେ ଅଧ୍ୟାପିକା ହେବା ନିମନ୍ତେ ଈଶାଣେଶ୍ଵରୀ ଲକ୍ଷ୍ୟ ରଖିଛନ୍ତି ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

15 − nine =

error: Content is protected !!