ls

ଛିନ୍ଦେଇକେଲାରେ କରୋନା ଟୀକା କରଣ ଶିବିର ଅନୁଷ୍ଠିତ

2020

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଛିନ୍ଦେଇକେଲା ଗ୍ରାମ ପଞ୍ଚାୟତ ଗୃହ ଠାରେ ଏକ କରୋନ ଟୀକା କରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରେ ଛିନ୍ଦେଇକେଲା ଗ୍ରାମ ପଞ୍ଚାୟତ ସରପଞ୍ଚ ରାମଚନ୍ଦ୍ର ସାହୁ ମୁଖ୍ୟଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ । ସକାଳ ୭ ଘଣ୍ଟାରୁ ଆରମ୍ଭ ହୋଇ ୧୨ ଟା ପର୍ୟ୍ୟନ୍ତ ଶେଷ ହୋଇଥିଲା କରୋନା ଟୀକା କରଣ । ୧୧୦ ଜଣଙ୍କୁ କରୋନ ଟୀକା କରଣ କରାଯାଇଛି । ଏହି କାର୍ୟ୍ୟକ୍ରମକୁ ଆଶା ଦିଦି ଯଶୋଦା ବରିହା, ଅଙ୍ଗନୱାର୍ଡ କର୍ମୀ ଗୀତା ସାହୁ, ପ‌ଦ୍ମା ଖରସେଲ, ବିଜୟ କୁମାର ବେହେରା ଏବଂ ସ୍ନେହା ପ୍ରଧାନ ପରିଚାଳନା କରିଥିଲେ ।

Leave A Reply

Your email address will not be published.