oom

ସୋହେଲା ବ୍ଲକଠାରେ ମିଲେଟ ଶକ୍ତି ଟିଫିନ୍ ସେଣ୍ଟର ଉଦ୍‌ଘାଟିତ

jsmm

ସୋହେଲା/ବରଗଡ : ସଂପ୍ରତି ବରଗଡ ଜିଲ୍ଲାର ସୋହେଲା ବ୍ଲକରେ ମିଶନ ଶକ୍ତି ଟିଫିନ୍ ସେଣ୍ଟର ଜୟ ଅମ୍ବେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ଵାରା ଉଦ୍‌ଘାଟିତ ହୋଇଯାଇଛି । ଓଡିଶା ମିଲେଟ୍ସ ମିଶନ ଓ ୱାସନ୍‌ର ମିଳିତ ସହାୟତା ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନର ସହଯୋଗରେ ପୂର୍ବତନ ଶ୍ରମ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ସୁଶାନ୍ତ ସିଂହଙ୍କ କରକମଳରେ ଉଦ୍‌ଘାଟିତ ହୋଇଯାଇଛି । ସମ୍ମାନିତ ଅତିଥି ଭାବେ ବିଡ଼ିଓ ବିଶ୍ଵରଞ୍ଜନ କର, ସିଡ଼ିପିଓ ରାସେଶ୍ଵରୀ ସାହୁ, ଏଡିଏଓ ରବିନ୍ଦ୍ର ସେନାପତି, ଡ଼ିପିସି ନାରାୟଣ ପାଣିଗ୍ରାହୀ, ଭିଏଡବ୍ଲୁ ସ୍କୃତିରଞ୍ଜନ ବେହେରା, ଜାଜ୍ଞେଶ୍ୱର ମଲ୍ଲିକ, ଦିଲିପ ତରାଇ, ଓଏଲ୍ଏମ୍‌ର ସଂଜୀବ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଏହି ଉଦ୍‌ଘାଟନୀ ଉତ୍ସବରେ ଜୟ ଅମ୍ବେ ସ୍ଵୟଂ ସହାୟକ ଦଳ ମାଣ୍ଡିଆରେ ପ୍ରସ୍ତୁତ ଗଜା, ରସ ବରା, ମୁଡ଼କୁ, ଗୁଳାପ୍‌ ଜାମୁନ, ଆରିସା ପିଠା, କାକାରା, ରସ ଗଜା, କଚୋଡ଼ି, କଦଳୀ ଫୁଲ, ମଣ୍ଡା ଆଦି ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରି ଲୋକକୁ ଖାଇବାକୁ ଦେଇଥିଲେ । ଓଡିଶା ମିଲେଟ୍ସ୍ ମିଶନର ଉକ୍ତ କାର୍ଯ୍ୟକ୍ରମକୁ ବ୍ଲକ ପ୍ରୋଗ୍ରାମ ସଂଯୋଜକ ଗୌରଚନ୍ଦ୍ର ରଣା ଓ ସହ ସଂଯୋଜକ ମାଶାଲୁ ସେଠ୍‌ ପରିଚାଳନା କରିଥିଲେ ଓ ସୋହେଲା ଏଫ୍‌ପିଓର ସିଇଓ ଚୁମ୍ବିଲାଲ ଦ୍ଵାରୀ, ବିଓଡି ମେମ୍ବର ସସ୍ମିତା ପଧାନ, ଯାଜ୍ଞସେନୀ ନାୟକ, ଅନିତା ଖୁଣ୍ଟଲା, କେତକୀ ସାହୁ ଏବଂ ସିଆରପି ଝସକେତନ ଦେହେରୀ, ଉତ୍ତର କୁମାର ବାରିକ, ମୋହନ ଭୋଇ, ଦୁର୍ଗା ପ୍ରସାଦ ଦାସ, ଉମାକାନ୍ତ ଚୌହାନ ଆଦି ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.