oom

ହରଗୌରୀ ସୌନ୍ଦର୍ଯ୍ୟକରଣ କମିଟି ପକ୍ଷରୁ ବୈଶାଖ ପୂର୍ଣ୍ଣମୀ ଉପଲକ୍ଷେ ଥଣ୍ଡା ସର୍ବତ ବଣ୍ଟନ

jsmm

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ହରଗୌରୀ ସୌନ୍ଦର୍ଯ୍ୟକରଣ କମିଟି ଶିବତଲା, ଲୁଚକିବନ୍ଧ, ରଘୁମଣିପାଲି ଦ୍ୱାରା ବୈଶାଖ ପୂର୍ଣ୍ଣମୀ ଉପଲକ୍ଷେ ଥଣ୍ଡା ସର୍ବତ ବଣ୍ଟନ କରାଯାଇଥିଲା । ପ୍ରଖର ସୂର୍ଯ୍ୟ ତାପରେ ଥଣ୍ଡା ପାନୀୟ ଯୋଗାଣକୁ ପଥଚାରୀ, ଭକ୍ତମାନେ ପ୍ରଶଂସା କରିଥିଲେ । ହରଗୌରୀ ସୌନ୍ଦର୍ଯ୍ୟକରଣ କମିଟି ଏକ ସାମାଜିକ ଅନୁଷ୍ଠାନ ଭାବରେ ଅଞ୍ଚଳରେ ବିଭିନ୍ନ ସାଂଗଠନିକ ଓ ଉନ୍ନତିମୂଳକ କାର୍ଯ୍ୟକ୍ରମରେ ସାମିଲ ହୋଇ ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରିଛି । ଏହି ସର୍ବତ ବଣ୍ଟନ କାର୍ଯ୍ୟକ୍ରମଟି ହରଗୌରୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିବା ବେଳେ କମିଟିର ନବିନ ସାହୁ, ହୋଲିଶ୍ୱର ଧରୁଆ, ଗିରିଧାରୀ ମାଝୀ, ଭୋଜରାଜ ବେହେରା, ସୋମନାଥ ପଟେଲ, ହିତେଶ ମେହେର, ରିକୁଂ ଦାସ, ଧୁବଲେଶ୍ୱର ପଟେଲ, କୁନା ବେହେରା, ମଧୁସୂଦନ ପୁଟେଲ, ରତ୍ନାକର ମାଝି, ସୁରୁ ବଗର୍ତୀ, ଅଶ୍ୱିନୀ ମହାକୁର, ବଳରାମ ସାହୁ, ଦୀପକ କର୍ମୀ, ରନଜନ ବେହେରା, ବସନ୍ତ ଭୋଇ, ଜୀବନ ଜୌତି ବିଶ୍ବାଳ, ସମିର କୁମାର ପୋଢ, ରାଜେସ ଦାସ, ରାହୁଲ ମେହେର, ପିତାମ୍ବର ପାଣ୍ଡେ ପ୍ରମୁଖ ସଭ୍ୟମାନେ କାର୍ଯ୍ୟକ୍ରମରେ ଯୋଗଦାନ କରି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.