କଲମପୁରରେ ଯୋଗଦେଲେ ନୂତନ ଥାନାଧିକାରୀ ପିକେ କାନୁନଗୋ

ଭବାନୀପାଣା ସଦର, (ନିକୁଞ୍ଜ ଚଲାନ) : କଳାହାଣ୍ଡି ଜିଲ୍ଲା କଲମପୁର ଥାନାରେ ଅବସ୍ଥାପିତ ଥାନାଧିକାରୀ ଜିତେନ୍ଦ୍ର ବିଶ୍ଵାଳଙ୍କ ବଦଳି ପରେ ସେହି ସ୍ଥାନରେ ଯୋଗ ଦେଇଛନ୍ତି ପ୍ରଦୀପ୍ତ କୁମାର କାନୁନଗୋ । ନିର୍ବାଚନ ଆଚରଣ ସଂହିତା ନିୟମାନୁସାରେ କେତେକ କର୍ମଚାରୀମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି । ସେହି ପ୍ରକ୍ରିୟାରେ କଲମପୁରରୁ ଶ୍ରୀ ବିଶ୍ଵାଳଙ୍କୁ ସ୍ଥାନାନ୍ତର କରାଯାଇ ଶ୍ରୀ କାନୁନଗୋଙ୍କୁ ଏଠାରେ ଅବସ୍ଥାପିତ କରାଯାଇଛି । ପ୍ରଥମ ଦିନରୁ ହିଁ ଶ୍ରୀ କାନୁନଗୋ ମେଲାପି ଓ ମିଷ୍ଟଭାଷୀ ଲୋକପ୍ରିୟ ଭାବେ ଜନ ସାଧାରଣରେ ଆଦୃତ ହୋଇପାରିଛନ୍ତି । ସେ ପୂର୍ବରୁ ଯାଜପୁର ଜିଲ୍ଲା ବଡଚଣା ଥାନାରେ କାର୍ଯ୍ୟରତ ଥିଲେ । ସେଠାରୁ ତାଙ୍କୁ କଳାହାଣ୍ଡି ଜିଲ୍ଲାକୁ ବଦଳି ହେବା ପରେ ସେ ଜିଲ୍ଲା ମୁଖ୍ୟାଳୟରେ ନିୟୋଜିତ ଥିଲେ । ସେଠାରୁ ଗତକାଲି କଲମପୁର ଥାନାକୁ ବଦଳି ହୋଇ ଆସିଛନ୍ତି । ରବିବାର ଦିନ କଲମପୁର ସରପଞ୍ଚ ପ୍ରତିନିଧି ଚତୁର୍ଭୁଜ ପଣ୍ଡାଙ୍କ ସମେତ ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର କୁମାର ନାଏକ, ଚକ୍ରଧର ନାଏକ ପ୍ରମୁଖ ଥାନାଧିକାରୀ ଶ୍ରୀ କାନୁନଗୋଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ । ଆଇନର ରକ୍ଷକ ଭାବେ ଜନତାଙ୍କ ସେବା ଅକ୍ଷୁର୍ଣ୍ଣ ରହିବ ବୋଲି ଥାନାଧିକାରୀ ମତବ୍ୟକ୍ତ କରିଥିବା ବେଳେ ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.

4 × 3 =