ନାଗରିକ କମିଟିର ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ନାଗରିକ କଲ୍ୟାଣ ମହାସଂଘ ତରଫରୁ ଏକ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ସାଇଟ କଲେଜ, ପଲ୍ଲିଶ୍ରୀ ବିହାର, ସଦାଇପାଲିଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରଭାକର ମିଶ୍ର, କାର୍ଯ୍ୟକାରୀ ସଭାପତି କପିଳେଶ୍ୱର ଖମାରୀ, ଉପ-ସଭାପତି ବ୍ରଜ କିଶୋର ପଣ୍ଡା, ସାଧାରଣ ସଂପାଦକ ସୁନିଲ ଚନ୍ଦ୍ର ବିଶ୍ୱାଲ, କୋଷାଧ୍ୟକ୍ଷ ଅଶୋକ କୁମାର ଚାନ୍ଦ ଓ ମୁଖ୍ୟ ଉପଦେଷ୍ଟା ପଦ୍ମଚରଣ ଆଚାର୍ଯ୍ୟ ମଂଚାସୀନ ଥିଲେ । ସ୍ୱାଗତ ଭାଷଣ, ଅତିଥିଙ୍କୁ ମଂଚକୁ ଆମନ୍ତ୍ରଣ ଓ ପରିଚୟ ପ୍ରଦାନ କରିଥିଲେ ଉପ-ସଭାପତି ବ୍ରଜ କିଶୋର ପଣ୍ଡା । ପ୍ରଭାକର ମିଶ୍ରଙ୍କ ଅଧ୍ୟକ୍ଷତାରେ ସଭ ପରିଚାଳନା ହୋଇଥିଲା । ସଭାପତି ପ୍ରଭାକର ମିଶ୍ର କମିଟିର ଆଭିମୁଖ୍ୟ ତଥା ନବ ନିର୍ବାଚିତ ନାଗରିକ କମିଟିର କର୍ମକର୍ତ୍ତା, ନିର୍ବାଚନ କମିଟିର ନିର୍ବାଚନ ଅଧିକାରୀ, ଉପ-ଅଧିକାରୀଦ୍ୱୟଙ୍କୁ ଓ ସରକାରୀ ଟାଉନ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା କରିବା ବିଷୟରେ ଗୃହରେ ଉପସ୍ଥାପନ କରିଥିଲେ । ନିର୍ବାଚନ ଅଧିକାରୀଙ୍କ ସ୍ୱଚ୍ଛ ନିର୍ମଳ ତଥା ନିୟମକାନୁନକୁ ପାଳନ କରି ବିବାଦଶୂନ୍ୟ ଭାବରେ ନିର୍ବାଚନ କରିଥିବାରୁ ପ୍ରଶଂସା କରାଯାଇଥିଲା । ସାଧାରଣ ସଂପାଦକ ସୁନିଲ ଚନ୍ଦ୍ର ବିଶ୍ୱାଲ ମହାସଂଘ ଗଠନ ତଥା ଆଭିମୁଖ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ତଥା ଆଗାମୀ ଦିନରେ ସମସ୍ତଙ୍କୁ ମହାସଂଘ ସହଯୋଗ କରିବ ଓ ସମସ୍ତ ସଂଗଠନମାନଙ୍କର ସହଯୋଗ ନେଇ ଜିଲ୍ଲାର ଉନ୍ନତି ପାଇଁ କାର୍ଯ୍ୟ କରିବ ବୋଲି ପ୍ରକାଶ କରିଥିଲେ । ନାଗରିକ କମିଟିର ସଭାପତି ତଥା ସାଇଟ କଲେଜ ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ନାଗରିକ କମିଟି କେବଳ ଯେ ବଲାଙ୍ଗିର ସହରାଞ୍ଚଳ ନୁହେଁ ବରଂ ସମଗ୍ର ବଲାଙ୍ଗିର ଜିଲ୍ଲାର ଉନ୍ନତି ପାଇଁ କାର୍ଯ୍ୟ କରିବା ସକାଶେ ବଦ୍ଧ ପରିକର । ଏତଦ୍ ବ୍ୟତୀତ ରାଜ୍ୟ ସରକାରଙ୍କ ୧୮୬୦ ମସିହା ପଞ୍ଜିକରଣ ଆଇନ ତଥା ୨୦୨୧ ଓ ୨୦୨୩ ମସିହା ସଂଶୋଧନ ନିୟମ ଅନୁସାରେ ସଂଗଠନ ଗୁଡିକ କିପରି ଭାବରେ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ପାଖରେ ନବୀକରଣ କରିପାରିବେ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ପରାମର୍ଶ ଉପସ୍ଥାପନ କରିଥିଲେ । ମୁଖ୍ୟ ଉପଦେଷ୍ଟା ପଦ୍ମଚରଣ ଆଚାର୍ଯ୍ୟ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ନାଗରିକ କମିଟିର କର୍ମକର୍ତ୍ତାଙ୍କ ଉପରେ ଜିଲ୍ଲାର ଜନସାଧାରଣଙ୍କର ଅକୁଣ୍ଠ ସମର୍ଥନ ଅଛି ତଥା ଆଗାମୀ ଦିନରେ ଜନସାଧାରଣଙ୍କର ଭାବାବେଗକୁ ବିଚାରକୁ ନେଇ ଜିଲ୍ଲାର ଉନ୍ନତି ସାଧନ କରିବା ପାଇଁ ଅନୁରୋଧ କରିଥିଲେ । ଆଜିର ସମ୍ବର୍ଦ୍ଧନା ସମାରୋହରେ ଏଡ୍‌ଭୋକେଟ ତଥା ନିର୍ବାଚନ ଅଧିକାରୀ ଅଶୋକ କୁମାର ମିଶ୍ର, ନିର୍ବାଚନ ଉପ-ଅଧିକାରୀଦ୍ୱୟ ଗୋବିନ୍ଦ ମିଶ୍ର ଓ ନରେନ୍ଦ୍ର କବାଟ, ସରକାରୀ ଟାଉନ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ରନାଥ ମିଶ୍ର, ନାଗରିକ କମିଟିର ସଭାପତି ଡ. ଶ୍ରୀକର ମିଶ୍ର, ଉପ-ସଭାପତି ନିତ୍ୟାନନ୍ଦ ମିଶ୍ର, ସାଧାରଣ ସଂପାଦକ ମଧୁସୁଦନ ନାୟକ, ଯୁଗ୍ମ ସଂପାଦକ ସୁନିଲ ଚନ୍ଦ୍ର ବିଶ୍ୱାଲ, କୋଷାଧ୍ୟକ୍ଷ ଗଜେନ୍ଦ୍ର ତ୍ରିଭୁବନଦାଶ ଭମର, କାର୍ଯ୍ୟକାରୀ କମିଟି ସଦସ୍ୟ – ଶରତ ମହାକୁର, ପ୍ରଦୀପ ସାହୁ, ଋତୁରାଜ ସିଂ, ବିନୟ ମିଶ୍ର, ପ୍ରଫେସର ତରୁଣ ମିଶ୍ର, ଗୌର ଚନ୍ଦ୍ର ପୁରୋହିତ, ଗୋପବନ୍ଧୁ ପୁରୋହିତ, ଡା. ପ୍ରମୋଦ ମିଶ୍ର, ବିନୋଦ ବିହାରୀ ପାଣିଗ୍ରାହୀ, ଧର୍ମବ୍ରତ ରଥ, ନରେନ୍ଦ୍ର ଆଚାର୍ଯ୍ୟ ପ୍ରମୁଖଙ୍କୁ ମମେଣ୍ଟୋ ତଥା ଉପଢୌକନ ଦେଇ ମହାସଂଘର କର୍ମକର୍ତ୍ତାମାନେ ସମ୍ବର୍ଦ୍ଧିତ କରିଥିଲେ । ଆଜିର ଏହି ସଭାରେ ନାଗରିକ କମିଟିର ପୂର୍ବତନ ସଭାପତି ତଥା ବିଶିଷ୍ଟ ସମାଜସେବୀ ବିକ୍ରମାନନ୍ଦ ବହିଦାର, ବିଶିଷ୍ଟ ଶିକ୍ଷାବିତ୍ ତଥା ଓଡିଶାର ସର୍ବବୃହତ ଶିକ୍ଷକ ସଂଗଠନ ଓଷ୍ଟାର ପୂର୍ବତନ ସଭାପତି ପୁରନ୍ଦର ଦାଶ, ବରିଷ୍ଠ ସଂଗଠକ ଭଗବାନ ବଗର୍ତ୍ତୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଡ୍‌ଭୋକେଟ ତଥା ଜିଲ୍ଲା କ୍ରୀଡା ସଂସଦର ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ସଦସ୍ୟ ସୁଧିର ଚନ୍ଦ୍ର ପଣ୍ଡା, ଅଘରିଆ ସମାଜର ସଂପାଦକ ଦିଗାମ୍ବର ନାଏକ, ସୁଧାଂଶୁ ଶେଖର ବାବୁ, ବରିଷ୍ଠ ନାଗରିକ ମଂଚ ସଭାପତି ନାରାୟଣ ପାଢି ଓ ସାଇଟ ସଂପାଦକ ଡ. ନାରାୟଣ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ କୋଷାଧ୍ୟକ୍ଷ ଅଶୋକ କୁମାର ଚାନ୍ଦ ।

Leave A Reply

Your email address will not be published.

one × 5 =