pakka

ବଦଳିବ ପାଗ : ଆସନ୍ତାକାଲିଠୁ ବଢ଼ିବ ତାପମାତ୍ରା

bbehera

ଭୁବନେଶ୍ୱର : ରାଜ୍ୟରେ ପୁଣି ଫେରିବ ତାତି । ଆସନ୍ତାକାଲି ଠାରୁ ପରବର୍ତ୍ତୀ ୪ ଦିନ ଯାଏଁ ବିଭିନ୍ନ ସ୍ଥାନରେ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି । ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ଆକଳନ କରିଛି । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୨୪ ଘଂଟା ଯାଏଁ ପାଗରେ ପରିବର୍ତ୍ତନ ହେବାର ନାହିଁ । କିନ୍ତୁ ଏହାପରେ ଅର୍ଥାତ୍ ଆସନ୍ତାକାଲି ଠାରୁ ପରବର୍ତ୍ତୀ ୪ରୁ ଦିନ ଯାଏଁ ଦିନର ତାପମାତ୍ରା ପ୍ରାୟ ୬ରୁ ୮ ଡିଗ୍ରି ଯାଏଁ ବଢ଼ିବାର ସମ୍ଭାବନା ରହିଛି । ବିଗତ ୩ ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହୋଇଛି । ବଲାଙ୍ଗିର, ସୁବର୍ଣ୍ଣପୁର, ସମ୍ବଲପୁର, ବୌଦ୍ଧ ଜିଲ୍ଲାରେ ବର୍ଷା ହୋଇଛି । ଉପକୂଳ ଓଡ଼ିଶାରେ ମଧ୍ୟ ତାପମାତ୍ରାର ପ୍ରଭାବ ଦେଖାଯାଇ ନାହିଁ ।

jay balangir
Leave A Reply

Your email address will not be published.

thirteen − 1 =

error: Content is protected !!