pakka

ଡ୍ୟୁଟି କରୁଥିବା ତିନି କର୍ମଚାରୀଙ୍କୁ ଦଳିଦେଲା ଟ୍ରକ୍

bbehera

ବରଗଡ଼ : ଟ୍ରକ୍ ଧକ୍କାରେ ଚାଲିଗଲା ତିନିଜଣଙ୍କ ଜୀବନ । ସୋହେଲା ରାୟପୁର ରୋଡ ସ୍ଥିତ ଲୁହୁରାଚଟି ପାଖରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଶୋକା କମ୍ପାନିରେ କାର୍ଯ୍ୟରତ ତିନି କର୍ମଚାରୀଙ୍କୁ ଦଳିଦେଲା ଟ୍ରକ୍ । ଘଣାସ୍ଥଳରେ ତିନିଜଣଙ୍କ ମୃତ୍ୟୁ । ଗତ ବିଳମ୍ବିତ ରାତିରେ ଘଟିଛି ଏହି ଦୁଃଖଦ ଘଟଣା । ଜାତୀୟ ରାଜପଥ ରାସ୍ତା କଡ଼ରେ ଡ୍ୟୁଟି କରୁଥିବା ସମୟରେ ହଠାତ୍ ତିନି କର୍ମଚାରୀଙ୍କୁ ଏକ ଟ୍ରକ୍ ଧକ୍କା ଦେଇ ଉକ୍ତ ସ୍ଥାନରୁ ଫେରାର ମାରିଥିଲା । ସୋହେଲା ଥାନା ପୁଲିସ ଖବର ପାଇ ଘଟଣା ସ୍ଥଳକୁ ପହଞ୍ଚିଥିଲା ଓ ତିନି ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ଡାକ୍ତର ତିନିଜଣଙ୍କୁ ମୃତ ଘୋଷଣା କରିଛନ୍ତି । ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । ମୃତ ବ୍ୟକ୍ତିମାନେ ହେଲେ ସୋହେଲା ସହରର ପାର୍ଥ ସାହୁ , ବନ୍ଦଳା ଗାଁର ବିକାଶ ଷାଣ୍ଢ ଓ ଅନ୍ୟ ଜଣେ କଟକ ଅଞ୍ଚଳର ବୋଲି ଜଣାପଡିଛି । ଏହି ଘଟଣାକୁ ନେଇ ସୋହେଲା ପୁଲିସ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.

2 × 5 =