pakka

ବିଜେଡି ଦଳ ଛାଡିଲେ ସରୋଜ ଓ ଜ୍ୟୋତି ପାଣିଗ୍ରାହୀ

bbehera

ବାଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ୩୫ ବର୍ଷ ହେଲା ପ୍ରଥମେ ଜନତା ଦଳ ଓ ପରେ ବିଜୁ ଜନତା ଦଳରେ ରହିଆସିଥିବା ବରିଷ୍ଠନେତା ସରୋଜ ପାଣିଗ୍ରାହୀ ଓ ତାଙ୍କ ପତ୍ନୀ ଜ୍ୟୋତି ପାଣିଗ୍ରାହୀ ଆଜି ବିଜେଡି ଦଳରୁ ଇସ୍ତଫା ଦେଇଛନ୍ତି । ସେମାନେ ଦଲର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନେକଥର ଭେଟିବାକୁ ଚେଷ୍ଟାକରି ବିଫଳ ହେବାପରେ ଦଳପ୍ରତି ବିମୁଖ ହୋଇ ଆଜି ବିଜେଡି ଦଳ ତ୍ୟାଗ କରିଛନ୍ତି ବୋଲି ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ସରୋଜ ଓ ଜ୍ୟୋତି ବଲାଙ୍ଗିର ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଚନ୍ଦନଭାଟି ଗ୍ରାମର ମୂଳବାସିନ୍ଦା । ସରୋଜ ପାଣିଗ୍ରାହୀ ପୂର୍ବରୁ କାଜୁ ନିଗମର ଅଧ୍ୟକ୍ଷ ଥିଲେ । ସେହିପରି ଜ୍ୟୋତି ପାଣିଗ୍ରାହୀ ୧୯୯୫ ମସିହାରେ ବିଜୁ ପଟ୍ଟନାୟକଙ୍କ ଡାକରାରେ ଅଧ୍ୟାପିକା ଚାକିରି ଛାଡି ଆସି ଲୋଇସିଂହା ନିର୍ବାଚନ ମଣ୍ଡଳିରେ ଜନତା ଦଳର ବିଧାୟିକା ପ୍ରାର୍ଥିନୀ ହୋଇଥିଲେ । ପରେ ବିଜେଡି ଦଳରେ ନବୀନ ପଟ୍ଟନାୟକଙ୍କ ସହିତ ରହି ଦଳୀୟ ପଦପଦବୀରେ ରହି ସଂଗଠନ କରିଥିଲେ । ଜ୍ୟୋତି ପାଣିଗ୍ରାହୀ ପୂର୍ବରୁ ଥରେ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ମଧ୍ୟ ରହିଥିଲେ । ଏବେ ସେ ବିଜୁ ମହିଳା ଜନତା ଦଳର ରାଜ୍ୟ ଉପସଭାପତି ରହିଥିଲେ । ସେ ଚଳିତ ୨୦୨୪ ନିର୍ବାଚନରେ ବଲାଙ୍ଗିର ସଂସଦୀୟ କ୍ଷେତ୍ରରୁ ସାଂସଦ ପ୍ରାର୍ଥି ହେବାକୁ ଆଶାୟୀ ଥିଲେ । କିନ୍ତୁ ସେ ଟିକଟ୍‌ ପାଇବା ଦୂରର କଥା ଦଳୀୟ ସୁପ୍ରିମୋଙ୍କୁ ଭେଟିବାକୁ ଚାହିଥିଲେ ମଧ୍ୟ ତାଙ୍କୁ ସେହି ସୁଯୋଗ ମଧ୍ୟ ମିଳିଲା ନାହିଁ । ତେଣୁ ଏହାକୁ ପ୍ରତିବାଦ କରି ପାଣିଗ୍ରାହୀ ଦମ୍ପତ୍ତି ବିଜେଡି ଛାଡିଛନ୍ତି । ଉଭୟେ କିଛିଦିନ ମଧ୍ୟରେ ଭାଜପା ଦଳରେ ଯୋଗଦେବେ ବୋଲି ଆଲୋଚନା ହେଉଛି । ସେପଟେ ତାଙ୍କ ପରିବାରରୁ ସରୋଜଙ୍କ ଭାଇ ସୁକାନ୍ତ ପାଣିଗ୍ରାହୀ ଓ ଟିଟିଲାଗଡରେ ରହୁଥିବା ବିକାଶ ପାଣିଗ୍ରାହୀ ଚଳିତ ବର୍ଷ ବିଜେଡିରେ ଯୋଗ ଦେଇଛନ୍ତି । ସୁକାନ୍ତ ତାଙ୍କ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ବିଜେଡି ଦଳରେ ଯୋଗ ଦେଇଥିଲେ । ଠିକ ସେହିପରି ବିକାଶ ପାଣିଗ୍ରାହୀ ଟିଟିଲାଗଡ ବ୍ଲକ କଂଗ୍ରେସ ସଭାପତି ଥିଲେ ଓ ଏବେ କିଛିଦିନ ତଳେ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇଙ୍କ ସାଙ୍ଗରେ ବିଜେଡିରେ ଯୋଗ ଦେଇଥିଲେ ।

jay balangir
Leave A Reply

Your email address will not be published.

nine + 7 =

error: Content is protected !!