pakka

ଡାଲିର ସାପ୍ତାହିକ ଷ୍ଟକ୍ ଘୋଷଣା ଲାଗୁ କରିବାକୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ରର ନିର୍ଦ୍ଦେଶ

bbehera
  • ପ୍ରମୁଖ ବନ୍ଦର ଓ ଡାଲି ଶିଳ୍ପ କେନ୍ଦ୍ର ଗୋଦାମରେ ମହଜୁଦ ଥିବା ଡାଲି ଯାଞ୍ଚ କରାଯାଉ : ଖାଉଟି ବ୍ୟାପାର ବିଭାଗ
  • ଷ୍ଟକ୍ ସୂଚନା ପୋର୍ଟାଲରେ ମିଥ୍ୟା ତଥ୍ୟ ଦେଉଥିବା ଷ୍ଟକ ହୋଲ୍ଡିଂ ସଂସ୍ଥା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ : ଉପଭୋକ୍ତା ବ୍ୟାପାର ବିଭାଗ ସଚିବ

ନୂଆଦିଲ୍ଲୀ, (ପିଆଇବି) : ଡାଲିର ସାପ୍ତାହିକ ଷ୍ଟକ୍ ପରିପ୍ରକାଶକୁ ସମସ୍ତ ଷ୍ଟକହୋଲ୍ଡିଂ ସଂସ୍ଥା ଦ୍ୱାରା କାର୍ଯ୍ୟକାରୀ କରିବା ଏବଂ ସେମାନଙ୍କ ଦ୍ୱାରା ଘୋଷିତ ଷ୍ଟକ୍ ଯାଞ୍ଚ କରିବାକୁ କେନ୍ଦ୍ର ସରକାର ବୁଧବାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରମୁଖ ବନ୍ଦର ଓ ଡାଲି ଶିଳ୍ପ କେନ୍ଦ୍ରରେ ଥିବା ଗୋଦାମଗୁଡ଼ିକରେ ଷ୍ଟକ୍ ସମୟ ସମୟରେ ଯାଞ୍ଚ କରାଯିବ ଏବଂ ଷ୍ଟକ୍ ସୂଚନା ପୋର୍ଟାଲରେ ମିଥ୍ୟା ସୂଚନା ପ୍ରଦାନ କରୁଥିବା ଷ୍ଟକ୍ ହୋଲ୍ଡିଂ ସଂସ୍ଥାଗୁଡ଼ିକ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଷ୍ଟକ୍ ହୋଲ୍ଡିଂ ସଂସ୍ଥାଗୁଡ଼ିକ ଦ୍ୱାରା ଡାଲି ଷ୍ଟକ୍ ଷ୍ଟକ୍ ପ୍ରକାଶନକୁ ଲାଗୁ କରିବା ପାଇଁ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ୨୦୨୪ ଏପ୍ରିଲ ୫ ତାରିଖରେ ଦିଆଯାଇଥିବା ନିର୍ଦ୍ଦେଶ ପରେ ଖାଉଟି ବ୍ୟାପାର ବିଭାଗ ସଚିବ ଶ୍ରୀମତୀ ନିଧି ଖାରେ ସବୁ ରାଜ୍ୟ ଖାଉଟି ବ୍ୟାପାର, ଖାଦ୍ୟ ଓ ଯୋଗାଣ ବିଭାଗର ପ୍ରମୁଖ ସଚିବ ଓ ସଚିବମାନଙ୍କ ସହ ଏକ ବୈଠକ କରିଛନ୍ତି । ବେଆଇନ ଭାବେ ଡାଲି ମହଜୁଦ ରଖିବା ଏବଂ କଳବଜାରକୁ ରୋକିବା ପାଇଁ ଡାଲି ସମ୍ପର୍କରେ ଷ୍ଟକ୍ ସ୍ଥିତି ଏବଂ ମୂଲ୍ୟ ଧାରା ଉପରେ ଅଧିକ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ବିଷୟରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଅବଗତ କରାଯାଇଥିଲା । ସେ ଡାଲି ଆମଦାନିକାରୀ ସଂଘ ଏବଂ ଅନ୍ୟ ଡାଲି ଶିଳ୍ପ ପ୍ରତିନିଧିଙ୍କ ସହ ଏକ ବୈଠକ କରି ଆମଦାନୀ ଓ ଷ୍ଟକ୍ ପ୍ରକାଶ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଅଂଶଗ୍ରହଣକାରୀମାନେ ସାଧାରଣତଃ ଡାଲି ଶିଳ୍ପ ଏବଂ ବିଶେଷ କରି ଆମଦାନୀ ଉପରେ ସେମାନଙ୍କର ମତାମତ ଓ ପରାମର୍ଶ ଦେଇଥିଲେ । ଆମଦାନୀକାରୀ ଓ ଶିଳ୍ପ ସଂସ୍ଥାଗୁଡ଼ିକୁ ସାପ୍ତାହିକ ଭିତ୍ତିରେ ଆମଦାନୀ ହୋଇଥିବା ହଳଦିଆ ମଟର ସମେତ ଡାଲି ମହଜୁଦ ରଖିବାକୁ କୁହାଯାଇଛି । ଏହି ପରିପ୍ରେକ୍ଷୀରେ ଖାଉଟି ବ୍ୟାପାର ବିଭାଗ https://fcainfoweb.nic.in/psp/ ଷ୍ଟକ୍ ଡିସକ୍ଲୋଜର ପୋର୍ଟାଲକୁ ନବୀକରଣ କରି ହଳଦିଆ ମଟର ଏବଂ ବିଗ୍ ଚେନ୍ ରିଟେଲରଙ୍କୁ ଏକ ସଂସ୍ଥା ଭାବରେ ଅନ୍ତର୍ଭୁକ୍ତ କରିଛି ଯାହା ୧୫ ଏପ୍ରିଲ, ୨୦୨୪ରୁ କାର୍ଯ୍ୟକ୍ଷମ ହେବ । ୫ଟି ପ୍ରମୁଖ ଡାଲି ଯଥା ହରଡ଼, ବିରି, ଚଣା, ମସୁର ଏବଂ ମୁଗ ବ୍ୟତୀତ ଆମଦାନୀ ହୋଇଥିବା ହଳଦିଆ ମଟର ସମ୍ପର୍କରେ ଷ୍ଟକ୍ ସ୍ଥିତି ଉପରେ ନଜର ରଖିବାକୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କୁହାଯାଇଛି । ଡାଲିର ସାମଗ୍ରିକ ଉପଲବ୍ଧତା ବୃଦ୍ଧି ପାଇଁ ୨୦୨୪ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ହଳଦିଆ ମଟର ଆମଦାନୀକୁ ଅନୁମତି ଦିଆଯାଇଛି । ଆମଦାନୀ ହୋଇଥିବା ହଳଦିଆ ମଟର ଯେପରି କ୍ରମାଗତ ଭାବରେ ବଜାରକୁ ଛଡ଼ାଯାଏ ତାହା ସୁନିଶ୍ଚିତ କରିବା ଉପରେ ଶ୍ରୀମତୀ ଖାରେ ଗୁରୁତ୍ୱାରୋପ କରିଥିଲେ । ସେହିଭଳି ବଜାରକୁ ବାଧାମୁକ୍ତ ଓ ଲଗାତାର ଯୋଗାଣ ପାଇଁ ଆମଦାନୀକାରୀଙ୍କ ସହ ହରଡ଼, ବିରି ଓ ମସୁରର ଷ୍ଟକ୍ ଉପରେ ନଜର ରଖାଯିବ ।

jay balangir
Leave A Reply

Your email address will not be published.

2 × 1 =