jayashree

ସଦାଇପାଲିରେ ଭାଗବତ ପାରାୟଣ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ଗ୍ରାମରେ ଗତ ୨୮ରୁ ଆରମ୍ଭ ହୋଇଥିବା ଶ୍ରୀମଦ୍‌ ଭାଗବତ ପାରାୟଣ ଆଜି ଉଦ୍‌ଯାପିତ ହୋଇଯାଇଛି । ରାଧେରାଧେ ଜାଗରଣବ୍ରତୀ ସୁଲୋଚନା ମିଶ୍ରଙ୍କ ନେତୃତ୍ୱରେ ଚାଲିଥିବା ଏହି ଭଗବତ କର୍ମରେ ଡା. ପ୍ରମୋଦ କୁମାର ମିଶ୍ର ଓ ତାଙ୍କର ସହଧର୍ମିଣୀ ମନୋରମା ମିଶ୍ର କର୍ତ୍ତା ଦାୟୀତ୍ୱ ତୁଲାଇଥିଲେ । ପଣ୍ଡିତ ମହାବୀର ବେଦବାକ୍‌ ପୂଜାକାର୍ଯ୍ୟ କରିଥିବା ବେଳେ ବ୍ୟାସାସନରେ ଡ. ମିଲନ ମିଶ୍ର ଉପବିଷ୍ଟ ଥାଇ ତାଙ୍କର ମଧୁର ସ୍ୱର ସଂଯୋଜନାରେ ଭଗବତ ଶ୍ରୋତା ତଥା ଶ୍ରଦ୍ଧାଳୁ ମାନଙ୍କ ମନକୁ ଜିଣିପାରିଥିଲେ । ପ୍ରତ୍ୟେହ ବିଭିନ୍ନ ଗ୍ରାମରୁ ଶତାଧିକ ଶ୍ରଦ୍ଧାଳୁ ପହଞ୍ଚି ଭାଗବତ ଶ୍ରବଣ କରିବା ସହିତ ପ୍ରସାଦ ସେବନ କରିଥିଲେ । ପ୍ରତ୍ୟେକ କାର୍ଯ୍ୟରେ ଶମ୍ଭୁ ନାଏକ, ରମେଶ ନାଏକ, ଅଶୋକ ପଟେଲ, ନନ୍ଦଲାଲ ସାଏ, ଦିଲୀପରାଜ ନାଏକ, ଶ୍ରୀବତ୍ସ ଚନ୍ଦନ, ରାଜେନ୍ଦ୍ର ମିଶ୍ର, ଚନ୍ଦ୍ରମା ମିଶ୍ର, ସତ୍ୟବାଦୀ ନାଏକ, ପ୍ରଫୁଲ୍ଲ ମିଶ୍ର, ଗୌରୀ ନାଏକ, ଭାରତୀ ମିଶ୍ର, ଯଶୋବନ୍ତୀ ଦାଶ, ମୀନାକ୍ଷୀ ଶତପଥି, ସୁଷମା କର, ବାସନ୍ତୀ ନାଏକ, ପଦ୍ମିନୀ ସେଟ, ପିଙ୍କି ସାହୁ, ଗୁରୁବାରୀ ଚନ୍ଦନ, ସୁଜାତା ନାଏକ, ମୋତି ସାହୁ, ପ୍ରତିମା ନାଏକ, ଭାରତୀ ପୋଢ, ଧାଇଁ ଭୋଇ, ସୁରଭା ସାଏ, ରଞ୍ଜୁ ନାଏକ, ସବିତା ଦାଶ, ପ୍ରତିମା ନାଏକ, ଲକି ମିଶ୍ର ତଥା ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।

Leave A Reply

Your email address will not be published.