pakka

ଶାରଳା ସାଂସ୍କୃତିକ ପରିଷଦର ୫୩ତମ ବାର୍ଷିକୋତ୍ସବ ଆସନ୍ତା ୧୫ରେ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ଆଧ୍ୟାତ୍ମିକ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ଶାରଳା ସାଂସ୍କୃତିକ ପରିଷଦ ତରଫରୁ ୫୩ତମ ବାର୍ଷିକୋତ୍ସବ ଆସନ୍ତା ୧୫ରୁ ୧୮ ତାରିଖ ପର୍ଯ୍ୟନ୍ତ ସେକ୍ଟର ୬ସ୍ଥିତ ଶାରଳା ମନ୍ଦିର ପରିସରରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏନେଇ ମନ୍ଦିର ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ଉପଦେଷ୍ଟା ଆନନ୍ଦ ଚନ୍ଦ୍ର ମହାନ୍ତି, ସଭାପତି ଆର୍ତ୍ତଭଞ୍ଜନ ମଲ୍ଲିକ, ଉପସଭାପତି ଅଶୋକ କୁମାର ବଳ, ସାଧାରଣ ସମ୍ପାଦକ ଅରକ୍ଷିତ କୁମାର ପାତ୍ର, ଲୋକସମ୍ପର୍କ ସମ୍ପାଦକ ପଞ୍ଚାନନ ମହାପାତ୍ର, କୋଷାଧ୍ୟକ୍ଷ ଅରବିନ୍ଦ ସ୍ୱାଇଁ ଓ ରମାକାନ୍ତ ରଥ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଚଳିତ ବର୍ଷ ଅନୁଷ୍ଠାନ ୫୩ତମ ବାର୍ଷିକୋତ୍ସବ ପାଳନ କରୁଥିବା ବେଳେ ପରିଷଦ ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତିର ପ୍ରଚାର ପ୍ରସାର ସୁରକ୍ଷା ପାଇଁ କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ଚଳିତ ବର୍ଷ ଓଡିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର ସହିତ ରାଜ୍ୟର ଲବ୍ଧ ପ୍ରତିଷ୍ଠିତ ପାଲା ଗାୟକ ବାଣୀରତ୍ନ କୁଳମଣି ପଣ୍ଡା ଓ ମାଳିକା ସମ୍ରାଟ ନେତ୍ରାନନ୍ଦ ଦାଶ ପାଲା ପରିବେଷଣ କରିବେ । ଏହା ସହ କୁନିକୁନି ପିଲାଙ୍କ ମଧ୍ୟରେ କଳା ସଂସ୍କୃତି ପ୍ରତି ଆକର୍ଷଣ ବଢାଇବା ଉଦ୍ଦେଶ୍ୟରେ ନୃତ୍ୟ, ସଂଗୀତ ପ୍ରତିଯୋଗିତା ଆୟୋଜନ ହେବ । ସେହିପରି ସହରର ପ୍ରତିଷ୍ଠିତ କଳାକାରଙ୍କ ଦ୍ୱାରା ଭଜନ ସନ୍ଧ୍ୟା ଆୟୋଜନ ହେବ । ଚଳିତ ମାସ ୧୪ ତାରିଖରୁ ୫ଦିନ ଧରି ମା’ଙ୍କ ପାରମ୍ପାରିକ ପୂଜା ନୀତି ଓ ସନ୍ଧ୍ୟା ସମୟରେ ଆଦିକବି ସାରଳା ଦାସ, ଶାରଳା ସାହିତ୍ୟ ଓ ଶାରଳା ଠାକୁରାଣୀଙ୍କ ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ଏହାସହ ବିଭିନ୍ନ କ୍ଷେତ୍ର ସାହିତ୍ୟ, ସାମ୍ବାଦିକ, କ୍ରୀଡା, ମେଧାବୀ ଛାତ୍ର, କାରିଗରଙ୍କୁ ସମ୍ମାନିତ କରାଯିବ । ଏହି କାର୍ଯ୍ୟକ୍ରମରେ ସହରବାସୀ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି । ପ୍ରାରମ୍ଭରେ ଉପସଭାପତି ଶ୍ରୀ ବଳ ସ୍ୱଗତ ଭାଷଣ ସହ ମଞ୍ଚାସୀନ କର୍ମକର୍ତ୍ତାଙ୍କ ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତ୍ରିଲୋଚନ ପରିଡ଼ା, ବ୍ରଜବନ୍ଧୁ ବାରିକ, ଜୟନ୍ତ କୁମାର ବେହେରା, ମଧୁସୂଦନ ମହାରଣା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସାଧାରଣ ସମ୍ପାଦକ ଶ୍ରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

4 × three =