pakka

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟରେ ଆଜି ପୂର୍ବାହ୍ନ ନଅଟା ବେଳେ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଅଛି । ଏହି ଉପଲକ୍ଷେ ଏକ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ମଧୁସୂଦନ ସରାଫ, କଲ୍ୟାଣୀ ସାହୁ ଓ କିରଣ କୁମାର ବାଗ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଯୁବ ରେଡକ୍ରସ୍‌ର ପରାମର୍ଶଦାତା ତଥା କାର୍ଯ୍ୟକ୍ରମର ସଂଯୋଜକ ପ୍ରାଧ୍ୟାପକ ବିଦ୍ୟାଧର ଦାଶ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥଲେ । ପ୍ରାଧ୍ୟାପକ ସରୋଜ କୁମାର ପ୍ରଧାନ, ଡକ୍ଟର ଦୁଃଖିଶ୍ୟାମ ସାହୁ, ଅଧ୍ୟାପିକା ମୋନାଲିସା ସ୍ୱାଇଁ ଓ ଡକ୍ଟର ଭେଙ୍କଟେଶ ମେହେର ବିଚାରକ ରୂପେ ଯୋଗ ଦେଇ କାର୍ଯ୍ୟକ୍ରମର ସଫଳ ରୂପାୟନରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

one × three =

error: Content is protected !!