pakka

ତାଲିକାଭୁକ୍ତ ଅଧିବକ୍ତାଙ୍କ ତିନିଦିନିଆ ତାଲିମ ଶିବିର

l2

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିରର ଅଧ୍ୟକ୍ଷ ଲୋକନାଥ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଧିକରଣ ସଚିବ ଦେବାଶିଷ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରାଧିକରଣ ଅଧିନ ତାଲିମଭୁକ୍ତ ଅଧିବକ୍ତାଙ୍କ ଏକ ତିନି ଦିନିଆ ତାଲିମ ଶିବିର ଅନ୍‌ଲାଇନ୍‌ ମାଧ୍ୟମରେ ତା୧୨/୦୮/୨୧ରିଖ ଗୁରୁବାର ଦିନ ଠାରୁ ଆରମ୍ଭ ହୋଇ ତା୧୪/୦୮/୨୧ରିଖ ଶନିବାର ଦିନ ଶେଷ ହୋଇଯାଇଛି । ଏହି ଶିବିରରେ ପ୍ରାଧିକରଣର ସଚିବ ତାଲିକାଭୁକ୍ତ ଅଧିବକ୍ତାଙ୍କ ଭୂମିକା ଏବଂ ବିଭିନ୍ନ ଦାୟିତ୍ୱ ସହିତ କ’ଣ କରିବା ଉଚିତ ଏବଂ କ’ଣ ନ କରିବା ଉଚିତ୍‌ ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ । ପରିବାର ନ୍ୟାୟାଳୟର ନ୍ୟାୟାଧିଶ ପ୍ରଶାନ୍ତ କୁମାର ନାୟକ ହିନ୍ଦୁ ବିବାହ ଆଇନ, ଛାଡପତ୍ର ଏବଂ ପତ୍ନୀର ଭରଣ ପୋଷଣ ସମ୍ବନ୍ଧୀୟ ଆଇନ ସମ୍ବନ୍ଧରେ ଆଲୋଚନା କରିଥିଲେ । ଅଧ୍ୟକ୍ଷ ସ୍ଥାୟୀ ଲୋକ ଅଦାଲତ ପ୍ରଶାନ୍ତ କୁମାର ଦାସ ଏସ୍‌ଟି ଓ ଏସ୍‌ସି(ପିଓଏ) ଆଇନ ସମ୍ବନ୍ଧରେ ଆଲୋକପାତ କରିଥିଲେ । ପ୍ରଜ୍ଞା ପରିମିତା ରାଉଳ ଅତିରିକ୍ତ ଜିଲ୍ଲାଜଜ୍‌ ଦ୍ୱିତୀୟ ହିନ୍ଦୁ ଆଇନ୍‌ ଅଧିନରେ ଥିବା ମହିଳାଙ୍କ ସଂପତି ଅଧିକାର ସମ୍ବନ୍ଧରେ ଆଲୋଚନା କରିଥିଲେ । ଦେବାଶିଷ ରାଉତ୍‌ ଅତିରିକ୍ତ ଜିଲ୍ଲାଜଜ୍‌ ବାଲ୍ୟ ବିବାହ, ଶିଶୁ ନିର୍ଯ୍ୟାତନା ଏବଂ ପିଓସିଏସ୍‌ଓ ଆକ୍ଟ୍‌ ସମ୍ବନ୍ଧରେ ଆଲୋକପାତ କରିଥିଲେ । ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ଅଭିଳାଷ ସେନାପତି ଘରୋଇ ହିଂସାଠାରୁ ମହିଳା କିପରି ସୁରକ୍ଷା ପାଇ ପାରିବେ ତାହା ଆଲୋଚନା କରିଥିଲେ । ତାଲିମ ଶିବିରର ଅନ୍ତିମ ଦିବସରେ ଜିଲ୍ଲାଜଜ୍‌ ଲୋକନାଥ ମହାପାତ୍ର ଜାମିନ ସମ୍ବନ୍ଧୀୟ ଫୌଜଦାରୀ ଆଇନଜ୍ଞାନ ଏବଂ କିଶୋର ନ୍ୟାୟ ସମ୍ବନ୍ଧରେ ସବିଶେଷ ଆଲୋକପାତ କରିଥିଲେ । ପରିଶେଷରେ ତାଲିମପ୍ରାପ୍ତ ମିଡିଏଟର୍‌ ଅରବିନ୍ଦାକ୍ଷ ପୁଜାରୀ କନ୍‌ଜ୍ୟୁମର ପ୍ରୋଟେକ୍‌ସନ୍‌ ସମ୍ବନ୍ଧରେ ଆଲୋଚନା କରିଥିଲେ ।

pp
Leave A Reply

Your email address will not be published.

eleven + twelve =