pakka

ଦେଓଗାଁ ଡ଼ିଗ୍ରୀ ମହାବିଦ୍ୟାଳୟରେ ବୃତ୍ତିଗତ ତାଲିମ କାର୍ଯ୍ୟକ୍ରମ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳରେ ୱାଲର୍ଡ ବ୍ୟାଙ୍କ ଆନୁକୂଲ୍ୟରେ ଏକ ବୃତ୍ତିଗତ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ପ୍ରଧାନୀ ଅଧ୍ୟକ୍ଷତା କରି ତାଙ୍କ ଭାଷଣରେ ଛାତ୍ରଛାତ୍ରୀଙ୍କୁ ସମୟର ସଦ୍‌ଉପଯୋଗ କରି ନିଜର ଲକ୍ଷ୍ୟକୁ ସାକାର କରିବା ପାଇଁ ଆହ୍ୱାନ କରିଥିଲେ । ଉକ୍ତ ସଭାରେ ବଲାଙ୍ଗୀର କ୍ୟାରିଅର୍‌ ଏକାଡ଼େମୀର ନିର୍ଦେଶକ ଇଂ. ରଞ୍ଜନ ମେହେର ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସାଂପ୍ରତିକ ସମୟରେ କିଭଳି ଭାବରେ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ କୃତକାର୍ୟ୍ୟ ହେବେ ସେ ବିଷୟରେ ମାଗଦର୍ଶନ ଦେଇଥିଲେ । କ୍ୟାରିଅର କାଉନସେଲିଙ୍ଗ ତଥା ବାଣିଜ୍ୟ ବିଭାଗର ମୂଖ୍ୟ ମଣ୍ଟୁ ରଞ୍ଜନ ସା’ କାର୍ୟ୍ୟକ୍ରମଟିକୁ ପରିଚାଳନା କରିଥିବା ବେଳେ ୱାଲର୍ଡ ବ୍ୟାଙ୍କର ସଂଯୋଜକ ମହେଶ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସ‌ରରେ ରାଜନୀତି ବିଭାଗର ମୁଖ୍ୟ ଡ. ସୁରେଶ ପ୍ରସାଦ ଷଡ଼ଙ୍ଗୀ ଛାତ୍ରଛାତ୍ରୀମାନଙ୍କୁ ଇଂରାଜୀ ଭାଷାରେ ଦକ୍ଷତା ହାସଲ କରିବା ପାଇଁ ଉପଦେଶ ଦେଇଥିଲେ । ଉକ୍ତ କାର୍ୟ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ରହି ଛାତ୍ରାଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

jay balangir
Leave A Reply

Your email address will not be published.

4 × four =

error: Content is protected !!