pakka

ରାଜବୋଡାସମ୍ବର କୃଷକ ସଙ୍ଗଠନର ପଞ୍ଚାୟତ ସ୍ତରୀୟ କମିଟି ଗଠନ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗାଇସିଲେଟ ବ୍ଲକର ଗାଇସିଲେଟ ଗ୍ରାମ ପଞ୍ଚାୟତର ଚାଷୀମାନଙ୍କୁ ନେଇ ଆଜି ଅରବିନ୍ଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ବସିଥିଲା । ଏହି ସଭାରେ ରାଜବୋଡାସମ୍ବର କୃଷକ ସଙ୍ଗଠନର ପଂଚାୟତସ୍ତରୀୟ କମିଟି ଗଠନ କରିବା ସହିତ ଚାଷୀମାନଙ୍କ ସବୁ ପରିସ୍ଥିତିରେ ଛିଡା ହୋଇ ଏକଜୁଟ ହୋଇ ଚାଷୀମାନଙ୍କ ହକର ଲଢେଇରେ ସମସ୍ତେ ମିଶି ଲଢ଼ିବା ପାଇଁ ନିଷ୍ପତି ନେଇଥିଲେ । ୨୦୨୧ ପ୍ରଧାନମନ୍ତ୍ରୀ ଫସଲବୀମାରେ କମ୍ପାନୀର ମନମୁଖୀ କାର୍ଯ୍ୟକଳାପକୁ ନିନ୍ଦା କରିବା ସହ ଆଗାମୀ ଦିନରେ ଇନ୍ସୁରେନ କମ୍ପାନୀ ବିରୁଦ୍ଧରେ ସରକାର କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଚାଷୀ ସଂଗଠନ ଆଗାମୀ ଦିନରେ ବିରାଟ ଆନ୍ଦୋଳନକୁ ଜୋରଦାର କରିବାକୁ ଆଲୋଚନା କରାଯାଇଥିଲା । ଏହି ବୈଠକରେ ସମସ୍ତଙ୍କ ମତାମତ ନେଇ ଏକ କମିଟି ଗଠନ କରାଯାଇଥିଲା । ଏହି କମିଟିରେ ବିଜୟ ସାହୁ ସଭାପତି, ପ୍ରଶାନ୍ତ ଦାନୀ ସମ୍ପାଦକ, ସନ୍ତୋଷ ସାହୁ କୋଷାଧ୍ୟକ୍ଷଙ୍କୁ ଚୟନ କରି ୨୧ ଜଣିଆ କମିଟି ଗଠନ କାରାଯାଇ ସର୍ବ ସମ୍ମତି କ୍ରମେ ସଂଗଠନର ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଉକ୍ତ ସଭାରେ ସମସ୍ତ ଗ୍ରାମର ଚାଷୀ ଯୋଗଦାନ କରିଥିଲେ । ଆଗାମୀ ଦିନରେ ଚାଷୀମାନଙ୍କ ପାଇଁ ରାଜବୋଡାସମ୍ବର କୃଷକ ସଙ୍ଗଠନ, ଗାଇସିଲେଟ ବ୍ଲକରେ ସମସ୍ତେ ମିଶି ଏକଜୁଟ ହୋଇ କାମ କରିବା ପାଇଁ ଆଲୋଚନା କରାଗଲା । ସବୁ କ୍ଷେତ୍ରରେ କାମ କରି ଚାଷୀମାନଙ୍କ ପାଇଁ ସଙ୍ଗବଦ୍ଧ ହୋଇ ଲଢେଇ କରିବା ବୋଲି ନିଷ୍ପତି ନିଆଗଲା । ଏହି ବୈଠକରେ ରାଜ ବୋଡା ସମ୍ବର କୃଷକ ସଙ୍ଗଠନ ଗାଇସିଲେଟ ବ୍ଲକ କମିଟିର ସଭାପତି ଅରବିନ୍ଦ ଚନ୍ଦ୍ର ପଣ୍ଡା, ଉପ ସଭାପତି ସରୋଜ ସାହୁ, ଆବାହକ ବିରେନ୍ଦ୍ର ପଧାନ, କୋଷଧକ୍ଷ ଆନନ୍ଦ ଚନ୍ଦ୍ର ପଧାନ, ଉପଦେଷ୍ଟା କମିଟିର ସଦସ୍ୟ ମହେଶ ଦାଶ, ମନୋଜ ଦାଶ ପ୍ରମୁଖ ଉପସ୍ଥିତ ରହି ସଂଗଠନର ବିଭିନ୍ନ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରି ସଭା ସାଙ୍ଗ କରିଥିଲେ ।

jay balangir
Leave A Reply

Your email address will not be published.

two × 5 =

error: Content is protected !!