pakka

ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲରେ ଟିକାକରଣ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲରେ ୧୩-୧୪ ବର୍ଷ ଛାତ୍ର ଛାତ୍ରୀମାନଙ୍କୁ କରବିଭିଏକ୍ସ ଟିକାକରଣ କରାଯାଇଛି । ସ୍କୁଲର ସଭାପତି ରବିଚନ୍ଦ୍ର ଉଦ୍‌ଗାତା ପ୍ରତ୍ୟକ୍ଷ ତତ୍ୱାବଧାନରେ ତଥା ସ୍କୁଲର ଅଧ୍ୟକ୍ଷା ସଂଯୁକ୍ତା ମିଶ୍ରଙ୍କ ପରିଚାଳନାରେ ଏହି ସମୂହ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଡା.ସସ୍ମିତା ମିଶ୍ର, ମୃତ୍ୟୁଞ୍ଜୟ ମୁଣ୍ଡ, ଡା. ସୁଧା ବର୍ଲା, ଅନିଲ କୁମାର ମହାକୁର, ଡ. ତୁଷାର ଠାକୁର, ଡିଇଓ ବଳରାମ ସାହୁ, ସୀମାରାଣୀ ଖୁଆସଙ୍କ ଉପସ୍ଥିତିରେ ଟିକାକରଣ କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା । ଶିବାନନ୍ଦ ନନ୍ଦ, ନିରୁପମା ଜୁଏଡ, ସମୀକ୍ଷା ପ୍ରଧାନ ଓ ଆଶା ବିଶ୍ୱାଲ ଉପସ୍ଥିତ ରହି ସମସ୍ତ ଟିକାକରଣ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦନ କରିଥିଲେ । ଏହାର ଦ୍ୱିତୀୟ ଡୋଜ ୨୮ ଦିନ ପରେ ଛାତ୍ର ଛାତ୍ରୀମାନଙ୍କୁ ଦିଆଯିବ । ଶିଶୁମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ଟିକାଦାନ କାର୍ଯ୍ୟକ୍ରମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଅଭିଭାବକ ମହଳରେ ଅତ୍ୟନ୍ତ ଉତ୍ସାହ ପରିଲକ୍ଷିତ ହେଉଅଛି । ଆଗାମୀ ଦିନରେ ଏହି ବର୍ଗର ଅନ୍ୟାନ୍ୟ ଛାତ୍ର ଛାତ୍ରୀମାନେ ମଧ୍ୟ ଏହି ସୁଯୋଗ ପାଇପାରିବେ । ପ୍ରଫେସର ତରୁଣ କୁମାର ମିଶ୍ର, ସମାଜସେବୀ ଆକୁଳ ବେହେରା, ବିରେନ୍ଦ୍ର ଉଦ୍‌ଗାତା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଛାତ୍ର ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।

jay balangir
Leave A Reply

Your email address will not be published.

eight + 10 =