jsm

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଂଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ସ୍ଥିତ ସହିଦ ଭାଗତ ସିଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ମାନଙ୍କ ପାଇଁ ଚାଲିଥିବା ଆତ୍ମ ସୁରକ୍ଷା ତାଲିମ ଶିବିରର ଉଦ୍‌ଯାପିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମ ଅଧ୍ୟାପିକା ମିନତି କୁମାରୀ ରଥଙ୍କ ତତ୍ୱାବଧାନରେ ହୋଇଥିବା ବେଳେ ତାଲିମଦାତା ଭାବେ ମମତା ବେହେରା ଓ ରୋହିଣୀ ଖଣ୍ଡୁଆଳ ୮ ଦିନଧରି ୧୬୪ ଜଣ ଛାତ୍ରୀମାନଙ୍କୁ ବିଭିନ୍ନ କୌଶଳର ତାଲିମ ଦେଇଥିଲେ । ଉଦ୍‌ଯାପନ ଉତ୍ସବରେ ଜିଲ୍ଲା ସଂଯୋଜକ ଅମୃତ ସେଠି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଆଭିମୁଖ୍ୟ ସମ୍ପର୍କରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ରମ୍ଭା ଥାନା ପୋଲିସ ପକ୍ଷରୁ ଛବିରାଣୀ ନାୟକ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଥିଲେ । ଅଧ୍ୟକ୍ଷ ଦିବାକର ସ୍ବାଇଁଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଇଂରାଜୀ ବିଭାଗ ଅଧ୍ୟାପକ ଡ଼ଃ.ଭଗବାନ ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରାଧ୍ୟାପକ ମୋଚିରାମ ନାହାକ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ଚୌଧୁରୀ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପକା ମାନେ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।

yuvodaya
Leave A Reply

Your email address will not be published.