pakka

ପୌର ପରିଷଦ ସଂରକ୍ଷଣ ତାଲିକା ପ୍ରକାଶିତ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରାଜ୍ୟର ୧୦୭ଟି ପୌର ପରିଷଦ ଅଧ୍ୟକ୍ଷ ପଦ ପାଇଁ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇଥିବା ବେଳେ ବରଗଡ଼ ଜିଲ୍ଲାର ଗୋଟିଏ ମ୍ୟୁନିସିପାଲିଟି ଓ ୩ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପୌର ପରିଷଦ ଅଧ୍ୟକ୍ଷ ପଦବୀ ସଂରକ୍ଷଣ ତାଲିକା ପ୍ରକାଶିତ ହୋଇଛି । ବରଗଡ଼ ମ୍ୟୁନିସିପାଲଟି ଅଧ୍ୟକ୍ଷ ପଦ ସାଧାରଣ ବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଣସଂରକ୍ଷିତ ରହିଛି । ସେହିପରି ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନୁସୂଚିତ ଜାତି ମହିଳା ଏବଂ ନବ ଗଠିତ ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ନିର୍ବାଚନ ହେବ । ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠି ନଂ ୯୩୩/୧୫.୧.୨୨ ଅନୁଯାଇ ବିଜ୍ଞପ୍ତି ପ୍ରକାଶିତ ହୋଇଛି ।

jay balangir
Leave A Reply

Your email address will not be published.

1 × one =