jayashree

ପଶ୍ଚିମ ଓଡ଼ିଶାର ଭାଷା, ସାହିତ୍ୟ ଓ ସଂସ୍କୃତିର ମହାନାୟକ ଅଟଳ ବିହାରୀ ପଣ୍ଡା ଚାଲିଗଲେ

ସମ୍ବଲପୁର, (କରୁଣାକର ଶତପଥୀ) : ପଶ୍ଚିମ ଓଡ଼ିଶାର ଭାଷା, ସାହିତ୍ୟ ଓ ସଂସ୍କୃତିର ମହାନାୟକ ଅନ୍ତର୍ଜାତୀୟ ଚଳଚିତ୍ର ପୁରସ୍କାର ପ୍ରାପ୍ତ ଅଟଳ ବିହାରୀ ପଣ୍ଡା(୯୨) ଚାଲିଗଲେ । ଆଜି ଭୋର୍‌ ୩.୪୫ରେ ବୁର୍ଲା ଭୀମସାରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଜୀବନ ଦୀପ ଲିଭି ଯାଇଥିବା ପ୍ରାପ୍ତ ସୂଚନାରେ କୁହାଯାଇଛି । ତାଙ୍କ ଦେହାନ୍ତ ପଶ୍ଚିମ ଓଡ଼ିଶାର ଭାଷା, ସାହିତ୍ୟ. ସଂସ୍କୃତି ତଥା ଅଭିନୟ ଜଗତରେ ବିଶେଷ କ୍ଷତି ଆଣି ଦେଇଛି ।

‘ଶଲା ବୁଢ଼ା’, ‘ଆଦିମ୍‌ ବିଚାର’, ‘ଶଲା ବୁଢ଼ାର ବଦ୍‌ଲା’ ଆଦି ଚଳଚିତ୍ରରେ ନିଖୁଣ ଅଭିନୟ କରିଥିବା କବି, ସାହିତ୍ୟିକ, ନାଟ୍ୟକାର, ସଂସ୍କୃତି ସାଧକ ଅଟଳ ବିହାରୀ ପଣ୍ଡା ଚାଲିଗଲେ । ତାଙ୍କ ଦେହାନ୍ତ ପଶ୍ଚିମ ଓଡ଼ିଶାରେ ଶୋକର ଛାୟା ଖେଳାଇ ଦେଇଛି । ପଶ୍ଚିମ ଓଡ଼ିଶାର କବି, ଲେଖକ, ସାହିତ୍ୟିକ ତଥା ନାଟ୍ୟକାର ଓ ଅଭିନେତା ସମୂହ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଥିବା ବେଳେ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

ତାଙ୍କ ଯୁବକ ସୁଲଭ ଅଭିନୟ ଦୀର୍ଘ ବର୍ଷ ହେଲା ପଶ୍ଚିମ ଓଡ଼ିଶାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ଗଭୀର ଆତ୍ମୀୟତା, ନିଷ୍କପଟ ଭାବ ଓ ସମସ୍ତଙ୍କୁ ସାଉଁଟି ନେବା ଭଳି ପରମ ଗୁଣର ଅଧିକାରୀ ଥିଲେ ସ୍ୱର୍ଗତ ଅଟଳ ବିହାରୀ ପଣ୍ଡା । ତାଙ୍କୁ ହରାଇ ଆଜି ଝୁରୁଛି ସାରା ପଶ୍ଚିମ ଓଡ଼ିଶା ।

Leave A Reply

Your email address will not be published.