pakka

ବ୍ଲକ କୃଷି କାର୍ଯ୍ୟାଳୟକୁ ତାଲା ବନ୍ଦ କଲେ ଗାଇସିଲେଟ ଚାଷୀ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗାଇସିଲେଟ ବ୍ଲକ ଅଧିନସ୍ତ ବ୍ଲକ କୃଷି କାର୍ଯ୍ୟାଳୟରେ ପଦ୍ମପୁର ଉପଜିଲ୍ଲାପାଳଙ୍କ ଆଦେଶ ଚିଠି ନ ୪୧୨୧/ ତା ୨୯/୧୨/୨୧ ଅନୁଯାୟୀ ଗତ ଖରିପ ଋତୁ ୨୦୨୧ ପାଇଁ ପିଏମ୍‌ମ୍ବିଏଫୱାଇର ରିଜେକ୍ଟ କ୍ଲେମ ମ୍ୟାନେଜର ରଶ୍ମି ରଞ୍ଜନ ବିହାରୀ ବ୍ଲକ ସଂଯୋଜକ ରାଜାରାମ ଷଡ଼ଙ୍ଗୀ ତଥା ସହ କର୍ମୀ ଓ ସ୍ଥାନୀୟ ତହସିଲଦାର ମନୋଜ କୁମାର ଦେବତା ସ୍ଥାନୀୟ ଥାନା ଅଧିକାରୀ ଏବଂ ରାଜ୍ ବୋଡୋସମ୍ବର କୃଷକ ସଙ୍ଗଠନର ପ୍ରତିନିଧି ବିରେନ ପଧାନ ଗଜପତି ସାହୁ ଅରବିନ୍ଦ ପଣ୍ଡା ରଥୀ ସାହୁ, ଚାଷୀ ନେତା କିଶୋର ଦେବତା, ଚୈତନ ସାହୁ, ପ୍ରଣୟ ସାହୁଙ୍କ ଉପସ୍ଥିତିରେ କ୍ରୋପ ଇନ୍ସୁରାନ୍ସ କମ୍ପାନୀ ରିଜେକ୍ଟ ଦରଖାସ୍ତ ଚାଷୀମାନଙ୍କ ସନ୍ତୁଷ୍ଟିକରଣ ହିସାବରେ କୌଣସି ନିଷ୍କର୍ଷ ବାହାରିଲା ନାହିଁ ଏବଂ କମ୍ପାନୀର କ୍ଲେମ ମ୍ୟାନେଜର ରଶ୍ମି ରଞ୍ଜନ ବିହାରୀ ସମସ୍ତ ରିଜେକ୍ଟ ଏପ୍ଲିକେସନକୁ ଅନୁମୋଦନ କରିବାରେ ଅମଙ୍ଗ ହେଲେ ଏଣୁ ଅଞ୍ଚଳର କୃଷକମାନେ ସମ୍ପୃକ୍ତ ବ୍ଲକ କୃଷି କାର୍ୟ୍ୟାଳୟକୁ ଆଜି ଦିନ ଠାରୁ ତାଲା ବନ୍ଦ କଲେ ଏବଂ ଏଯାବତ୍‌ ସବୁତକ ରିଜେକ୍ଟ ଏପ୍ଲିକେସନ କମ୍ପାନୀ ବା ପ୍ରଶାସନ ଅନୁମୋଦନ ନ କଲେ ଏବଂ ସରକାରଙ୍କ ଘୋଷଣା ବୀମାରାଶି ବୀମାଭୁକ୍ତ ଚାଷୀମାନଙ୍କ ଜମା ଖାତାରେ ଡିବିଟି ମାଧ୍ୟମରେ ନ ପଡିବ ସେତେଦିନ ପର୍ୟ୍ୟନ୍ତ ତାଲା ବନ୍ଦ କରାଯିବ ବୋଲି କୃଷକମାନେ ନିଷ୍ପତ୍ତି ନେଲେ ଏବଂ ଚେତାବନୀ ଦେଲେ ।

Leave A Reply

Your email address will not be published.

16 − 2 =